OTET ପେପର-୨ ପରୀକ୍ଷା ସମୟରେ ପରିବର୍ତ୍ତନ, ଜାଣନ୍ତୁ…
ଭୁବନେଶ୍ବର: ସାରା ରାଜ୍ୟରେ ଡିସେମ୍ବର ୧୭ ତାରିଖରେ OTET ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ, OTETର ପେପର-୨ର ସମୟ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ପରୀକ୍ଷା ଅପରାହ୍ନ ୧.୩୦ରୁ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ପେପର-୧ର ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ; ଏହା ସକାଳ ୯ଟାରୁ ୧୧.୩୦ ଯାଏଁ ହେବ। ଉଭୟ ପରୀକ୍ଷାରେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ୫୦ ମିନିଟ୍ ଅଧିକ ସମୟ ମିଳିବ। ରାଜ୍ୟର ୪୫୨ଟି କେନ୍ଦ୍ରରେ ମୋଟ୍ ୧,୬୦,୩୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି, ଯେଉଁଥିରୁ ପେପର-୧ ପାଇଁ ୪୭,୭୨୦ ଏବଂ ପେପର-୨ ପାଇଁ ୧,୧୨,୬୫୯ ଜଣ ପ୍ରାର୍ଥୀ ଅଛନ୍ତି।

