Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ୨୦୨୬ ବର୍ଷର ସ୍କୁଲ ଛୁଟି ତାଲିକା; ଏତିକି ଦିନ ମିଳିବ ଛୁଟି…

ଭୁବନେଶ୍ଵର,୧୬|୧୨ : ୨୦୨୬ବର୍ଷର ସ୍କୁଲ ଛୁଟି ତାଲିକା ପ୍ରକାଶ ପାଇଛି। ଆସନ୍ତା ବର୍ଷରେ ରବିବାର ବ୍ୟତୀତ ମିଳିବ ଆଉ ୮୨ଟି ଛୁଟି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ୨୦୨୬ ବର୍ଷ ପାଇଁ ଛୁଟି ତାଲିକା। ରବିବାର ବ୍ୟତୀତ ୮୨ ଦିନ ଛୁଟି ମିଳିବ। କିନ୍ତୁ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ପୂର୍ବଭଳି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ପାଳନ କରାଯିବ। ଛାତ୍ରଛାତ୍ରୀ ଏହି ଦିନ ଗୁଡିକରେ ସ୍କୁଲରେ ରହିବା ଆବଶ୍ୟକ |

ଠିକ ସେହିପରି ଗ୍ରୀଷ୍ମ ଋତୁର ଅତ୍ୟଧିକ ତାପମାତ୍ରାକୁ ନଜରରେ ରଖି ୨୦୨୬ ବର୍ଷ ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ମୋଟ ୩୮ ଦିନ ଖରା ଛୁଟି ଧାର୍ଯ୍ୟ କରାଯାଇଛି | ତେବେ ଗ୍ରୀଷ୍ମ ପ୍ରବାହର ସ୍ଥିତିକୁ ଦେଖି ଏହି ସମୟସୀମାକୁ ଆଗକୁ ବଢାଯାଇପାରେ। ସେହିପରି ଦଶହରା ଏବଂ ଶୀତ ସମୟରେ ୮ ଦିନ ଲେଖାଏଁ ଛୁଟି ରହିବ। ଅକ୍ଟୋବର ୧୭ରୁ ୨୬ ପର୍ଯ୍ୟନ୍ତ ଦଶହରା ଛୁଟି ହେବାକୁ ଥିବା ବେଳେ ଡିସେମ୍ୱର ୨୩ରୁ ୩୧ ତାରିଖ ଯାଏ ଶୀତ ଛୁଟି ମିଳିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ଅନୁସାରେ, ଅତିରିକ୍ତ ୨ ଦିନ ସ୍ଥାନୀୟ ଛୁଟି ଦିଆଯିବାର ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ