Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଡ଼ନୀ ରୋଗରେ ହୋତା ପାଲି ଗ୍ରାମର କାକା, ପୁତୁରା ଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ କିଡନୀ ରୋଗ ଏବେ ମହାମାରୀ ର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡ ର ୪ ଜଣ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଚାରି ଦିନ ମଧ୍ୟରେ ଗୋଟିଏ ପରିବାର ର ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ର ସୁରଧାପାଲି ( ହୋତାପାଲି) ଗ୍ରାମରେ ଚାରି ଦିନ ମଧ୍ୟରେ ଗୋଟିଏ ପରିବାର ର କକା ଓ ପୁତୁରାଙ୍କ ମୃତ୍ୟୁ କିଡନୀ ରୋଗର ହୋଇଥିବା ଅଭିଯୋଗ ହୋଇଛି। ହୋତାପାଲି ଗ୍ରାମର ଅନିଲ ଲାକ୍ରା (୫୦) ଓ ତାଙ୍କ ପୁତୁରା ଅମିତ ଲାକ୍ରା (୩୦) ଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଆତଙ୍କ ଖେଳେଇ ଯାଇଛି। ଅନୀଲ ଙ୍କ ଗତ ସୋମବାର ଦିନ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଦିନ ତାଙ୍କ ପୁତୁରା ଅମିତ ଙ୍କ ମୃତ୍ୟୁ ହୋଇଛି। ଅନୀଲ ଗତ ଦୁଇ ବର୍ଷ ହେଲା କିଡନୀ ରୋଗର ଆକ୍ରାନ୍ତ ଥିଲେ। ପ୍ରଥମେ ତାଙ୍କ ଜ୍ଵର ହେବାରୁ ତାଙ୍କ ବୀରମହାରାଜପୁର ମେଡିକାଲ ଯାଇଥିଲେ। ସେଠାରେ ପରୀକ୍ଷା ପରେ ତାଙ୍କୁ କିଡନୀ ରୋଗ ହୋଇଥିବା ଜାଣିବାକୁ ମିଳିଥିଲା। ଅନୀଲ ଙ୍କ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ନ ଥିଲା। ଏହା ସହିତ ସେ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ତାଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିଲା। ଜମି କେବଳ ୨ ଏକର ମାତ୍ର। ତାଙ୍କର ୪ ପୁଅ ଓ ୩ ଝିଅ। ସେମାନଙ୍କ ମଧ୍ୟରୁ ବଡ଼ ଦୁଇ ପୁଅ ବାହାର ରାଜ୍ୟକୁ ଦାଦନ ଯାଇ ପରିବାର ଚଳାଉ ଥିଲେ। ଏପଟେ ସ୍ବାସ୍ଥ୍ୟ କାର୍ଡ ନ ଥିବାରୁ ଏବଂ ଅର୍ଥ ଅଭାବରୁ ଯୋଗୁଁ ଅନିଲ ଙ୍କ ଅଧିକ ଚିକିତ୍ସା ହୋଇ ପାରି ନ ଥିଲା। ସୋମବାର ଦିନ ଅନିଲ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲ କୁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେହିପରି ଅନିଲ ଙ୍କ ପୁତୁରା ଅମିତ ଲାକ୍ରା ଙ୍କ ମୃତ୍ୟୁ ମଧ୍ୟ କିଡନୀ ରୋଗରେ ଗୁରୁବାର ହୋଇଛି। ଗତ ଅକ୍ଟୋବର ୨୫ ତାରିଖରେ ତାଙ୍କୁ କିଡନୀ ହୋଇଥିବା ଜଣା ପଡ଼ିଥିଲା। ସେ ବୀରମହାରାଜପୁର ମେଡିକାଲ ,ପରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ବୁର୍ଲା ବଡ଼ ମେଡ଼ିକାଲ ଓ ଭୁବନେଶ୍ବର ରେ ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତ ହୋଇଥିଲେ। ଗତ ଗୁରୁବାର ଦିନ ଅମିତ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ମେଡିକାଲ କୁ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ମୃତ ଅମିତ ବିଭାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ଦୁଇ ବର୍ଷର ପୁଅ ଓ ୮ ବର୍ଷର ଝିଅ ଅଛନ୍ତି। ଅମିତ ମଧ୍ୟ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି। ସେ ମଧ୍ୟ ଦାଦନ ଯାଇ ତାଙ୍କ ପରିବାର ଚଳାଇଥିଲେ। ଅମିତ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇପଡ଼ିଛି। ଗୋଟିଏ ପରିବାର ର ଦୁଇ ଦୁଇ ଜଣଙ୍କ ମୃତ୍ୟୁ ହୋଇ ପଡିଥିବା ବେଳେ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି। ଏହା ବ୍ୟତୀତ ଅମିତ ଙ୍କ ବାପା ବିର୍ସା ଲାକ୍ରା ମଧ୍ୟ ୪ ବର୍ଷ ହେବା କିଡନୀ ରେ ଆକ୍ରାନ୍ତ ହୋଇ ଏବେ ଆର୍ଥିକ ସମସ୍ୟା ଯୋଗୁଁ ଆୟୁର୍ବେଦିକ ଔଷଧ ବ୍ୟବହାର କରୁଛନ୍ତି। ତେବେ ପରିବାର ରେ ନିଜ ଭାଇ ଓ ପୁତ୍ର ଙ୍କ କିଡନୀ ରେ ମୃତ୍ୟୁ ପରେ ସେ ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି। ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ର ମେଡିକାଲ ଅଫିସର ଡ. ସୁବାସ ପଣ୍ଡା ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କଲ ଗ୍ରହଣ କରି ନ ଥିଲେ। ତେଣୁ ମୃତକଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ