ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଙ୍କ ବୀରମହାରାଜପୁର କଲେଜ ପରିଦର୍ଶନ
ବୀରମହାରାଜପୁର : ଆଜି ଅପରାହ୍ନ ଏକ ଘଟିକା ସମୟରେ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦେଶକ ଡ଼. ମୁରଲୀଧର ମାଝୀ ବୀରମହାରାଜପୁର ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ I ମଙ୍ଗଳବାର କଲେଜ ପରିସରରେ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ତାଙ୍କୁ ସ୍ୱାଗତ କରିଥିଲେ I ପହଞ୍ଚିବାପରେ ସେ କ୍ଲାସ ପରିଦର୍ଶନ କରିଥିଲେ I କ୍ଲାସ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ I ଏଥିସହ ଲାଇବ୍ରେରୀ ମଧ୍ୟ ପରିଦର୍ଶନ କରିଥିଲେ । ଏହାପରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହିତ ଆଲୋଚନା କରି ନାକ୍ ରେ ସ୍ୱୀକୃତି କରଣ କରିବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ I

