Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋ ମାତା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ର ଦୁଗ୍ଧ ଚାଷୀ ଙ୍କ ଡାଏରୀର ପରିଦର୍ଶନରେ ଜିଏମ

ଦୁଗ୍ଧ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ସହ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି କରିବାପାଇଁ ଓମଫେଡ଼ ପରିଚାଳିତ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ (ସାମୁଲ) ସମ୍ବଲପୁରର ସାଧାରଣ ପରିଚାଳକ ଡଃ ସରୋଜ କୁମାର ସାହୁ ଆଜି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଗୋଡ଼ଭଗା – ଗର୍ଭଣା ଦୁଗ୍ଧ ମାର୍ଗଅଧିନସ୍ଥ ଦେଶ ଭଟଲି ଗୋମାତା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ର ଚାଷୀ ଇନ୍ଦୁ ମିଶ୍ର, ସମୀର ମିଶ୍ର ସାମ୍ବାଦିକ ହୃଷିକେଶ ଖମାରୀ ଙ୍କ ଡାଏରୀ କୁ ସିଧା ସଲ କ ପହଞ୍ଚି ପରିଦର୍ଶନ କରିଥିଲେ ।କାମଧେନୁ ଯୋଜନାର ବିଭିନ୍ନ ଯୋଜନା ବିଷୟରେର ଚାଷୀଙ୍କୁ ବୁଝାଇଥିଲେ ।ଘାସ ଚାଷ ଉପରେ ଗୁରୁତ୍ୱ ନେଇଥିଲେ | ଘାସ ଋଷ କଲେ ଚାଷୀ ମାନେ ଅଧିକ ଲାଭବାନ ହେବା ସହ ରଖିଥିବା ଦୁଧିଆଲି ଗାଈ ମାନଙ୍କୁ ଘାସ ଖାଇବା କୁ ଦେଲେ ଅଧିକ କ୍ଷୀର ପାଇ ପାରିବେ ବୋଲି କହିଥିଲେ । ବରଗଡ଼ ୟୁନିଟ ଇନଚାର୍ଚ୍ଚ ସୁଶାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ