ଏବିଏସ ଆୟୁର୍ବେଦ ସମ୍ବଲପୁର ପକ୍ଷରୁ ଚାଉଁରପୁରରେ ବାର୍ଷିକ ଉତ୍ସବ—-” ଲୋକଙ୍କ ପସନ୍ଦ ଏବେ ଏବିଏସ ଆୟୁର୍ବେଦିକ ଔଷଧ “
ଏଲୋପ୍ୟାଥି ଔଷଧ ବ୍ୟବହାର ନେଇ ବିଭିନ୍ନ ସବୁ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଥିବାବେଳେ, ବର୍ତ୍ତମାନ ଆୟୁର୍ବେଦିକ ଔଷଧ ଚାହିଦା ବଢ଼ି ବଢ଼ି ଚାଲିଛି l ଏହି ପରିପେକ୍ଷୀରେ ସମ୍ବଲପୁର ଏବିଏସ ଶାଖା ପକ୍ଷରୁ ଚାଉଁରପୁରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଏବିଏସ କର୍ମକର୍ତ୍ତା ସମେତ ଶତାଧିକ ଜନସାଧାରଣ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଆୟୁର୍ବେଦିକ ଔଷଧ ବ୍ୟବହାର କରି ଶରୀରକୁ ସୁସ୍ଥ ରଖିବାକୁ ପରାମର୍ଶ ଦିଆଯାଇଥିଲା l କାର୍ଯ୍ୟକ୍ରମରେ ସିଓ ସୌମିକ ସାହାଙ୍କ ପିତା କାଳିଦାସ ସାହା, ଅଲ ଇଣ୍ଡିଆ କମ୍ପାନୀ ବରିଷ୍ଠ ଅଧିକାରୀ ରାଜେଶ ପ୍ରସାଦ ସାହା, ପଶ୍ଚିମ ଓଡିଶା ବରିଷ୍ଠ ଅଧିକାରୀ ରମେଶ ହୋତା, ସମ୍ବଲପୁର ଶାଖା ଅଧିକାରୀ ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦାନ କରି ଏବିଏସ ଆୟୁର୍ବେଦିକ ଔଷଧ ବ୍ୟବହାର ନେଇ ସୂଚନା ଦେଇଥିଲେ l ବରିଷ୍ଠ ଅଧିକାରୀ ସୁନୀଲ ମିଶ୍ର ନିଜ ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଏବିଏସ ପଶ୍ଚିମ ଓଡିଶା ଶାଖାର ସମସ୍ତ ଅଧିକାରୀ, ସଦସ୍ୟ, ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଥିଲା l

