ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ରେ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ
ବୀରମହାରାଜପୁର :
ବରିଷ୍ଠ ନାଗରିକ ସଂଗଠନ , ବୀରମହାରାଜପୁର ଠାରେ ଗୁରୁବାର ଧନୁ ସଂକ୍ରାନ୍ତି ଅବସରରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଭାଗବତ ଓ ରାମାୟଣ ପାରାୟଣ ସହିତ ପ୍ରବଚନ କାର୍ଯ୍ୟ କରାଯାଇଥିଲା । ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦ ର କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ । ବ୍ୟାସ ଗାୟକ ଭାବରେ ସତ୍ୟନାରାୟଣ ଚାନ୍ଦ ପାରାୟଣ କରିଥିବାବେଳେ ବିଶିଷ୍ଟ ପ୍ରବକ୍ତା ଭୂଷଣ କୁମାର ପାତ୍ର ରାମାୟଣ ପ୍ରବଚନ କରିଥିଲେ।ତବଲାରେ ଯୁଗଳ କିଶୋର ମିଶ୍ର , ହାର୍ମୋନିୟମ୍ରେ ଦିଲ୍ଲିପ ତ୍ରିପାଠୀ , ଝୁମୁକା ରେ ଜ୍ଞାନେନ୍ଦ୍ର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିବାବେଳେ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥ , ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ , ଉପସଭାପତି ସୌମିତ୍ରି ମେହେର , ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ , କୋଷାଧ୍ଯକ୍ଷ ଦୟାନିଧି ହୋତା , ଚମରା ମହାକୁର , ସତ୍ୟ ନାରାୟଣ ନାୟକ, ସୁରୁ ସାହୁ , ବାସୁଦେବ ପଣ୍ଡା, ଗୋପୀନାଥ ମହାକୁର, ତ୍ରିନାଥ ମିଶ୍ର, ଶ୍ୟାମସୁନ୍ଦର ସେଠୀ, ବାସୁ ରଥ , ଅକ୍ଷୟ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡା ସ୍ବାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ।

