Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଧନୁଯାତ୍ରା ଉଦଯାପିତ, କୃଷ୍ଣଙ୍କ ପଦାଘାତରେ କଂସ ମାମୁଁ ନିହତ

ସମ୍ବଲପୁର ଚିପିଲିମା ହାଇସ୍କୁଲ ପଡିଆରେ ଚତୁର୍ଥ ଧନୁଯାତ୍ରା ମହୋତ୍ସବ ୭ଦିନ ଧରି ଚାଲିଥିବାବେଳେ,କଂସ ମହାରାଜଙ୍କ ରାଜୁତିରେ ମଥୁରା ବାସୀ ଅତିଷ୍ଠ ହୋଇଯାଇଥିଲେ l କଂସ ମହାରାଜଙ୍କ ଆଦେଶରେ ମଥୁରାରେ ଧନୁଯାତ୍ରା ପ୍ରସ୍ତୁତି ଓ ଯାତ୍ରାରେ ଭଣଜା କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କୁ ଗୋପପୁର ପଠାଇଥିଲେ l ସେପଟେ ଗୋପପୁରରେ କୃଷ୍ଣ ବଳରାମଙ୍କୁ ଅକ୍ରୁର ନେଇଆସି ପହଞ୍ଚିଥିଲେ l ଅନ୍ୟପଟେ କୃଷ୍ଣ ବଳାରାମଙ୍କୁ ମାରିବା ପାଇଁ କଂସ ଯୋଜନା କରିଥିବାବେଳେ, କୁଵଜା ଉଦ୍ଧାର, ପୁତୁନା ବଧ,କବଳୟା ବଧ, ଷଡ଼ମଲ୍ଲ ବଧ, ଶିବଧନୁ ଭଗ୍ନ ଆଦି ଦୃଶ୍ୟ ପ୍ରଦର୍ଶିତ ପରେ କୃଷ୍ଣଙ୍କ ପଦାଘାତରେ କଂସର ନିଧନ ହୋଇଥିଲା l କଂସ ନିଧନ ପରେ ବନ୍ଧୀ ଉଗ୍ରସେନ ମଥୁରା ସିଂହାସନ ଆରୋହଣ କରିଥିଲେ l ମଥୁରାରେ ପୂର୍ବପରି ଶାନ୍ତି ଫେରିଥିବାବେଳେ, ମଥୁରାବାସୀ ଖୁସି ମନାଇ ଥିଲେ l ପ୍ରକାଶ ଥାଉକି ଷଷ୍ଠ ରାଜନୀରେ ଭୀମସାର ମେଡିକାଲର ଡାକ୍ତର ରାମଚନଚନ୍ଦାନୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ମହାରାଜ କଂସଙ୍କ ଆଦେଶରେ ଚିପିଲିମାରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ l ଷଷ୍ଠ ରାଜନୀରେ ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ପ୍ରଦୀପ ନାୟକ, ମନୋଜ ସାହୁ, ସଞ୍ଜୟ ପାଗଡ଼, ସଂଜୀବ ଠାକୁରଙ୍କୁ ମଞ୍ଚ ଉପରେ ଉପଢୌକାନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ଅନ୍ତିମ ରା ଜନୀରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯୋଗଦାନ କରିଥିବାବେଳେ, ମହାରାଜଙ୍କ ଆଦେଶରେ ଚିପିଲିମାରେ ଏକ ସ୍ଥାୟୀ ମଞ୍ଚ ସ୍ଥାପନ କରିବା ସହ ଧନୁଯାତ୍ରା ପାଇଁ ସରକାରୀ ଫଣ୍ଡ ଯୋଗାଇବା ଦିଗରେ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେଇଥିଲେ l ସମ୍ମାନୀୟ ଅତିଥିଭାବେ କଳାମାଟି ପୂର୍ବତନ ସରପଞ୍ଚ ଶ୍ରୀହରି ନାଗ, ବସନ୍ତପୁର ସମିତି ସଭ୍ୟ ବଳରାମ ପ୍ରଧାନ, କରଡୋଳା ପୂର୍ବତନ ସରପଞ୍ଚ ରାମଦାସ ପ୍ରଧାନ, କୁଦ ଗୁଣ୍ଡେରପୁର ସରପଞ୍ଚ ମୃତ୍ୟଞ୍ଜୟ ପୁରୋହିତ, ସମାଜସେବୀ ଜିତୁ ମିଶ୍ର, ସରୋଜ ପାଣି ପ୍ରମୁଖ ଯୋଗଦାନ କରିଥିଲେ l ସମସ୍ତ ନିମନ୍ତ୍ରିତ ଅତିଥି ବନ୍ଧୁମାନଙ୍କୁ କମିଟି ପକ୍ଷରୁ ସମ୍ମାନୀତ କରାଯାଇଥିବାବେଳେ, କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କୁ ମାନପତ୍ର ଦିଆଯାଇଥିଲା ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ବିଧାୟକଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା l
ପ୍ରତ୍ୟହ ବିଭିନ୍ନ ନାଚ, ଗୀତ, ଦୂଲଦୁଲି ଲୋକନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ, ପ୍ରଧାନ ଶିକ୍ଷକ ସୁଦର୍ଶନ ତ୍ରିପାଠୀ ଓ ସରିତା ଦାଶ ମଞ୍ଚ ସଂଯୋଜନା କରିଥିଲେ l ଧନୁଯାତ୍ରା କମିଟି ସଭାପତି ସୁଶାନ୍ତ ବୁଡ଼ା ନେତୃତ୍ୱରେ ଉପସଭାପତି ଶିବଶଙ୍କର ତିୱାରୀ, ସମ୍ପାଦକ ନିରଞ୍ଜନ ଗଣ୍ଡ, ଲିଙ୍ଗ ରାଜୁ, କୋଷାଧକ୍ଷ ଅଶୋକ ସ୍ୱାଇଁ ସମେତ ଚିପିଲିମା ତଥା ଅଞ୍ଚଳବାସୀ ସହଯୋଗ କରିଥିଲେ l ଶାନ୍ତି ଶୃଙ୍ଖଳା ସହ ଚିପିଲିମା ଧନୁଯାତ୍ରା ସମ୍ପନ୍ନ ହୋଇଯାଇଥିବାବେଳେ, ବୁର୍ଲା ପୋଲିସ ପକ୍ଷରୁ ଚିପିଲିମା ଫାଣ୍ଡି ଅଧିକାରୀ ସୁଦର୍ଶନ ଦୋରାଙ୍କ ତତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ କରି ପୂର୍ଣ୍ଣ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ