Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା; ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୭|୧୨: ଦିଲ୍ଲୀରେ ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ ସମସ୍ୟା। ଦ୍ରୁତ ଗତିରେ ବୃଦ୍ଧି ହେଉଥିବା ପ୍ରଦୂଷଣ କୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ। ଘରୁ ରହି କାମ କରିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର । ଭାରତର ରାଜଧାନୀ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରତିଦିନ ପ୍ରଦୂଷଣ କୁ ନେଇ ନୂଆ ନୂଆ ସମସ୍ୟା ଦେଖାଯାଉଛି। ଜନଜୀବନ ଅତିଷ୍ଠ ହୋଇପଡିଛି ଏହି ସମସ୍ୟାରେ। ତେବେ ଏହାର ମୁକାବିଲା କରିବା ପାଇଁ ସରକାର ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହା ପୂର୍ବରୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଥିଲେ। ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବିନା ଯାନବାହନଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ମିଳିବ ନାହିଁ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଏବେ ଏହି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

ସୂଚନା ଅନୁସାରେ, ଗତକାଲି ଦିଲ୍ଲୀର ବାୟୁ ପ୍ରଦୂଷଣ ଭୟଙ୍କର ସ୍ତରରେ ପହଞ୍ଚିବା ପରେ ଦିଲ୍ଲୀ ସରକାର ଏଭଳି ଦୃଢ଼ ପଦକ୍ଷେପ ନେଇଛନ୍ତି । ଡିସେମ୍ବର ୧୮ ଠାରୁ ବୈଧ PUC ସର୍ଟିଫିକେଟ୍ ନ ଥିବା ଯାନବାହନକୁ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା । ଏହାସହିତ ଦିଲ୍ଲୀ ବାହାରୁ ଆସୁଥିବା BS-VI ନର୍ମ୍ ତଳେ ଥିବା ଯାନବାହନ, ବିଶେଷକରି ଟ୍ରକ୍ ଓ କମର୍ସିଆଲ୍ ଗାଡ଼ିଗୁଡ଼ିକୁ ସହର ଭିତରକୁ ପ୍ରବେଶ ନ କରିବାକୁ ନିଷେଧ କରାଯାଇଛି। ଜରୁରୀକାଳୀନ ସେବାକୁ ଛାଡି ଅନ୍ୟମାନଙ୍କୁ ବାରଣ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ