Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ ମହାବିଦ୍ୟାଳୟର ନୂତନ ସଭାପତି ହେଲେ ସାଂସଦ ପ୍ରତିନିଧି ସନ୍ତୋଷ

ବେଲଗୁଣ୍ଠା: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପନ୍ଦରଟି ସ୍ନାତକ ମହାବିଦ୍ୟାଳୟ ପାଇଁ ଗଭର୍ଣ୍ଣିଂ ବଡି ସଭାପତିଙ୍କୁ ମନୋନୀତ କରଯାଇଛି। ଏହି କ୍ରମରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ସଭାପତି ରୂପେ ଆସିକା ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁଙ୍କୁ ମନୋନୀତ କରାଯାଇଛି । ସନ୍ତୋଷ ଗଭର୍ଣ୍ଣିଂ ବଡି ସଭାପତି ରୁପେ ମନୋନୀତ ହେବା ଖବର ଜଣା ପଡିବା ପରେ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଅଧ୍ୟକ୍ଷ ଶ୍ରୀ ସାମଲ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ,ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ,ଜିଲ୍ଳାପାଳ, ଭଞ୍ଜନଗର ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ