କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ଶ୍ରୀଜଗନ୍ନାଥ ଏକାଡେମୀ (ହାଇସ୍କୁଲ) ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନି ମିଶ୍ର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦୀଶ ପଧାନ ଓ ମୁଖ୍ୟ ବକ୍ତା ଭାବେ ଆଦର୍ଶ ପ୍ରଧାନ ଶିକ୍ଷକ ଟଙ୍କଧର ପଧାନ ଯୋଗଦେଇ କାର୍ଯ୍ୟକ୍ରମ କୁ ଗୌରାବାନ୍ୱିତ କରିଥିଲେ। ସମ୍ମାନିତ ଅତିଥି ଭାବେ ମେଡିକାଲ ଅଫିସର ରିତମ ରାଉତ, ସିଆରସିସି ସୁଧାଂଶୁ ଲୁହା, ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ବନମାଳୀ ପଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ ଥନାପତି ଙ୍କ ଗାରିମାମୟ ଉପସ୍ଥିତି ସଭାକୁ ଆକର୍ଷିତ କରିଥିଲା। ବିଦ୍ୟାଳୟର ବାର୍ଷିକ ବିବରଣୀକୁ ସୁଧୀର କୁମାର ହୋତା ପାଠ କରିଥିଲେ। ଏ ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ବିଦ୍ୟାଳୟ ର ମୁଖପତ୍ର ସୃଜନ ଝରଣା ଲୋକାର୍ପିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହୃଷିକେଶ ପଧାନ ଓ ଅମିତ ପାତ୍ର ପରିଚାଳନା କରିଥିଲେ। ଶିକ୍ଷକ ବିଜୟ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦାଶରଥି ସେଠୀ, ରାଜୁ ମିଶ୍ର, ଭଗବତୀ ହୋତା, କବିତା ଭୋଇ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ସହଯୋଗ କରିଥିଲେ।

