Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷ ଜମିରେ ଅମଳ ହୋଇଥିବା ଧାନ ଖରିରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର କଦଳୀପାଳି (ତେନ୍ତୁଳିପଦର) ଓ ବାରଝୁଲା ଗ୍ରାମରେ ଗତ ବୁଧୁବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଜମିରେ ଗଦା ହୋଇଥ‌ିବା ଧାନଖରୀ ରେ ନିଆଁ ଲଗାଇ ଦେବାରୁ ଧାନ ଖରୀ ପୋଡ଼ି ନଷ୍ଟ ହୋଇଯାଉଛ । କଦଳୀପାଳି ତେନ୍ତୁଳିପଦର ର ରଘୁ ପଧାନ ଓ ତାଙ୍କ ଭାଇ ରାଧା ବଲ୍ଳଭ ପଧାନ ଓ ବାରଝୁଲା ଗ୍ରାମ ର ଦେବେନ୍ଦ୍ର ବାଘ ତାଙ୍କ ପୁଳେଶର ଗ୍ରାମର ଜମି ରେ ଅମଳ କରିଥିବା ଧାନକୁ ନିଜ ଜମିରେ ଗଦା କରି ରଖିଥିଲେ ଥିଲେ। ପ୍ରାୟ ୬ ଏକର ଜମିର ଧାନଖରୀ ଅମଳ ପରେ ଗଦା କରି ରଖି ଥିଲେ। କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେବାରୁ ସବୁ ଧାନ ପୋଡ଼ି ଜଳି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ଗ୍ରାମର କେହି ଜମିରେ ଥିବା ଧାନଖରୀ ନିଆଁ ଦେଖି ବୀରମହାରାଜପୁର ଦମକଳ ବାହିନୀ କୁ ଖବର ଦେଇଥିଲେ। ଗ୍ରାମର କେତେକ ବ୍ୟକ୍ତି ଆସି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ପରେ ଖବରପାଇ ବୀରମହାରାଜପୁରରୁ ଦମକଳ ବାହିନୀ ଆସି ନିଆଁକୁ ଲିଭାଇଲା ବେଳେ ସବୁଧାନ ପୋଡ଼ି ନଷ୍ଟ ହୋଇଯାଇଥିଲା। ରଘୁ ପଧାନ , ରାଧା ବଲ୍ଳଭ ପଧାନ , ଦେବେନ୍ଦ୍ର ବାଘ ଗରିବ ଚାଷୀ ହୋଇଥିବାରୁ ସରକାରୀ ତରଫରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ