Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧଉଳି ଗଣଦୁଷ୍କର୍ମ ମାମଲାରେ ନୂଆ ଅପଡେଟ୍: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶକୁ ଧରିଛି ସ୍ପେଶାଲ ସ୍କ୍ବାଡ

ଭୁବନେଶ୍ୱର,୧୮|୧୨: ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଧଉଳିରେ ଗଣଦୁଷ୍କର୍ମ ମାମଲା। ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି | ଘଟଣାରେ ବିରୋଧୀ ଶାସକ ଦଳକୁ ଘେରିବା ସହିତ କଡା ସମାଲୋଚନା ମଧ୍ୟ କରିଛନ୍ତି | ପୋଲିସର ସୁରକ୍ଷାକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ? ତେବେ ଏହା ମଧ୍ୟରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି | ଗଞ୍ଜାମରୁ ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ସ୍ପେଶାଲ ସ୍କ୍ବାଡ୍ ହାତରେ ଧରା ପଡିଥିବା ବେଳେ ତା’ର ଅନ୍ୟ ୨ ସହଯୋଗୀ ଏବେ ସୁଦ୍ଧା ଫେରାର୍‌ ଅଛନ୍ତି। ତେବେ ଖୁବଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହେବ ବୋଲି ପୋଲିସ କମିଶନର ଏସ. ଦେବଦତ୍ତ ସିଂ ସୂଚନା ଦେଇ କହିଛନ୍ତି। ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ସତ୍ୟକୁ ନେଇ ଅପରାଧିକ କାର୍ଯ୍ୟକଳାପର ରିକ୍ରିଏସନ ଧଉଳି ପୋଲିସ କରିଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତ ୧୦ ତାରିଖରେ ଧଉଳିରେ ହୋଇଥିବା ନାବାଳିକାଙ୍କ ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ୍‌ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି | ଘଟଣାକୁ ସପ୍ତାହେ ବିତିବା ପରେ ଏ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତକୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ | ଗତକାଲି ଏହି ଦୁଷ୍କର୍ମ ମାମଲାକୁ ଦୃଷ୍ଟିରେ ରଖି ଧଉଳିକୁ ରେଡ ଫ୍ଲାଗ୍‌ ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି | ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚର ମିଳିତ ସହଯୋଗରେ ଏହି ମାମଲାର ତଦନ୍ତ କରୁଛି| ତେବେ ମୁଖ୍ୟ ଅଭିଯୁକ୍ତ ପୋଲିସ ହାତରେ ଧରା ପଡିବା ପରେ ଖୁବ ଶୀଘ୍ର ବାକି ସବୁ ଧରାପଡିବେ ବୋଲି କୁହାଯାଉଛି |

କେବଳ ଏହି ଅପରାଧ ନୁହେଁ ଏହି ଘଟଣାରେ ଧରା ପଡିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ଆହୁରି ଅନେକ ଅପରାଧିକ ମାମଲା ରହିଛି | ଗତ ସପ୍ତାହରେ ଜାମିନରେ ଆସିବା ପରେ ବୁଧବାର ଦିନ ଏହି ଜଘନ୍ୟ କାଣ୍ଡ ରଚିଥିଲା ହାପି। ପୂର୍ବରୁ ୨୦୧୮ ମସିହାରେ ଗାଡି ଚୋରି ମାମଲାରେ ପ୍ରଥମେ ଜେଲ୍‌ ଯାଇଥିଲା ହାପି । ଜାମିନରେ ଫେରି ୨୦୨୨ରେ ଶିଶୁପାଳଗଡ଼ରେ ଜଣଙ୍କୁ ବ୍ଲେଡ ଦ୍ୱାରା ହତ୍ୟାକରି ଗିରଫ ହୋଇ ଜେଲ୍‌ ଯାଇଥିଲା। ୨୦୨୪ ଫେବୃଆରୀରେ ନିଜ ଗାଁରେ ଗଣ୍ଡଗୋଳ କରିବା ସହିତ ପୋଲିସକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ତେବେ ପରେ ଗିରଫଦାରୀ ଭୟରେ ହାପି କୋର୍ଟରେ ଆତ୍ମସମର୍ପଣ କରିଥିଲା । ପୁଣିଥରେ ଗତ ଜୁନ ୨୦୨୫ରେ ପୁରୀ ବାଇପାସରେ ହାପି ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ବୋତଲରେ ବାଡେଇ ଗିରଫ ହୋଇଥିଲା। ବଡ଼ଗଡ଼ ଏବଂ ଧଉଳି ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି।

ଏହି ଗଣଦୁଷ୍କର୍ମ ମାମଲା ପରେ ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ହାପି କେଉଁଆଡ଼େ ଫେରାର୍‌ ହୋଇନଥିଲା । ଶିଶୁପାଳଗଡ଼ ଓ ଧଉଳି ଅଞ୍ଚଳରେ ଖୁଲମଖୁଲା ବୁଲୁଥିଲା । ଠିକ ଘଟଣାର ପରଦିନ ଅପରାହ୍ନରେ ସେ ଧଉଳି ଥାନା ସାମ୍ନା ରାସ୍ତା ଦେଇ ନିର୍ଭୟରେ ଶାନ୍ତିସ୍ତୂପକୁ ଯାଇଥିଲା । ସେଠାରେ ପାର୍କିଂ ଘଟଣାକୁ ଆଧାର କରି ଜଣେ ବଙ୍ଗାଳି ପର୍ଯ୍ୟଟକଙ୍କୁ ମାର୍‌ପିଟ୍‌ ମଧ୍ୟ କରିଥିଲା । ତେବେ ଦୁଷ୍କର୍ମ ପରେ ଗତ ୧୨ ତାରିଖ ରାତିରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ଗତ ୧୩ ତାରିଖ ବିଳମ୍ବିତ ରାତିରେ ପୋଲିସ ହାପିର ୨ଜଣ ସହଯୋଗୀ(ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର)ଙ୍କୁ ଅକ୍ତିଆର କରିଥିଲା | ଏହି ଖବର ଶୁଣିବା ପରେ ହାପି ରାତାରାତି କୁଆଡ଼େ ଫେରାର ହୋଇଯାଇଥିଲା।

ଏହି ମାମଲାର କାର୍ଯ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ରାଜ୍ୟ ସରକାର। ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ | ସେପଟେ ରାଜ୍ୟ ମହିଳା କମିଶନ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମଧ୍ୟ ଭୁବନେଶ୍ୱର ଡିସିପିଙ୍କୁ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ମାଗିଥିବାର ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ