ଠାକୁର ଅନୁକୂଳଚନ୍ଦ୍ରଙ୍କ ଦର୍ଶନରେ ଭକ୍ତ
ସମ୍ବଲପୁର ଜିଲା ଧନକଉଡ଼ା ସ୍ଥିତ ସତସଙ୍ଗ ବିହାର ପକ୍ଷରୁ ଦୀକ୍ଷାଧାରୀ ଗୁରୁଭାଇ ଓ ଗୁରୁମା ମାନଙ୍କୁ ନେଇ ଝାରଖଣ୍ଡ ଜିଲା ଦେଓଘର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ମୁଖ୍ୟ ଆଶ୍ରମ ଦର୍ଶନ ଓ କୃପାଲାଭ ବ୍ୟବସ୍ଥା କରାଯାଇଛି। ଗୁରୁଭାଇ କାର୍ତ୍ତିକଚନ୍ଦ୍ର ବାରିକଙ୍କ ତତ୍ତ୍ୱlବଧାନରେ ତଥା ଅନ୍ୟ ଦୀକ୍ଷାଧାରୀ ଗୁରୁଭାଇଙ୍କ ସହଯୋଗୀତାରେ ୨୮୦ ଜଣ ଦୀକ୍ଷାଧାରୀଙ୍କ ଶନିବାର ସକାଳ ୧୦. ୫୦ ରେ ଟ୍ରେନ ଯୋଗେ ନିଆ ଯାତ୍ରା ଆରମ୍ଭ ହୋଇଥିବା ବେଳେ ସେମାନେ ମଙ୍ଗଳବାର ଫେରିଥିଲେ। ତେବେ ଆଶ୍ରମ ପକ୍ଷରୁ ସେମାନଙ୍କୁ ଯିବା ଆସିବା ରହିବା, ତଥା ଭୋଜନ ବ୍ୟବସ୍ଥା ମଧ୍ୟ ଦେଓ ଘର ଆଶ୍ରମ ପକ୍ଷରୁ କରାଯାଇଥିବା ବେଳେ ଗୁରୁଭାଇ ପ୍ରତାପ ବେହେରା, ପ୍ରଭୁପାଦ, ମେକପ, ବିଜୟ ବରେଇ, ଲଷ୍ମୀଧର ସାହୁ, ଜିତେନ୍ଦ୍ର ପ୍ରଧାନ, ଶ୍ୟାମ ସୁନ୍ଦର ନାୟକ, ବିଜୟ ବିଶ୍ୱାଳ, ଲବଣି ଗଡ଼ନାୟକ ସମେତ ସମସ୍ତ ଗୁରୁଭାଇ ସହଯୋଗ କରିଥିଲେ।

