Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୈନିକ ସ୍କୁଲ ସମ୍ବଲପୁରରେ ୬ଷ୍ଠ ପ୍ରତିଷ୍ଠା ଦିବସ ସମାରୋହ

ଚିପିଲିମା, ୧୮/୧୨ ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ବସନ୍ତପୁର ପଞ୍ଚାୟତ ସ୍ଥିତ ସୈନିକ ସ୍କୁଲ୍ ସମ୍ବଲପୁରରେ ୬ଷ୍ଠ ପ୍ରତିଷ୍ଠା ଦିବସ ବୁଧବାର ସନ୍ଧ୍ୟାରେ ସମାରୋହ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଲେଫନେଣ୍ଟ କର୍ନାଲ ଆଲୋକ କୁମାର, ଉପ ପ୍ରଧାନ ଆଚାର୍ଯ୍ୟ ୱିଂ କମାଣ୍ଡର ବି ଭବାନୀ, ବରିଷ୍ଠ ଅଧ୍ୟାପକ ଅଭିଷେକ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଗଣ, ତଥା ସମସ୍ତ କର୍ମଚାରୀ ଏହାକୁ ଅତି ଖୁସିର ସହ ମହାସମାରୋହ ମଧ୍ୟରେ ପାଳନ କରିଥିଲେ। ଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଶ୍ରୀ ସୂର୍ଯ୍ୟକାନ୍ତ ଶର୍ମା ଏହାର ସଭାପତିତ୍ବ କରିଥଲେ। ଦୀର୍ଘ ଛଅ ବର୍ଷ ଭିତରେ ସ୍କୁଲରେ ସ୍କୁଲ୍ ତାର ଭିତ୍ତିଭୂମି ଠାରୁ ଆରମ୍ଭ କରି ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଖୁବ୍ ଆଗକୁ ବଢିପାରିଛି, ଯାହା କୌଣସି ଅନୁଷ୍ଠାନ ତୁଳନାରେ ବେଶୀ ଅଟେ। ଏହି ସ୍କୁଲର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗ ନେଇ ସ୍କୁଲ୍ର ଗର୍ବକୁ ବଢାଇଛନ୍ତି। ଆରମ୍ଭରୁ ଏହି ସ୍କୁଲର ସ୍ଥିତି ଯାହା ଥିଲା ତାହା ତୁଳନାରେ ବହୁତ୍ ଉପରକୁ ଉଠି ପାରିଛି। ଖେଳ, ବିଜ୍ଞାନ ପ୍ରତିଯୋଗିତା , ଆଲିମ୍ପିଆଡ ପରୀକ୍ଷା, ଶିକ୍ଷା, ଚିତ୍ରକଳା, ଭଳି ଶିକ୍ଷାର ବିଭିନ୍ନ ଦିଗରେ ଛାତ୍ର ଛାତ୍ରୀ ମାନଙ୍କର ପାରଦର୍ଶିତା ସମସ୍ତ କର୍ମଚାରୀଙ୍କୁ ପ୍ରେରିତ କରାଇଥାଏ l ଆହୁରି ସେମାନଙ୍କର କାର୍ଯ୍ୟ ପ୍ରତି ନିଷ୍ଠାବାନ ହେବା ପାଇଁ। ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ଉନ୍ମୋଚନ ପାଇଁ ନାଚ, ଗୀତ ଓ କ୍ଷୁଦ୍ର ନାଟକ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପ୍ରଦର୍ଶିତ ହୋଇଥିଲା l ଯାହାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ ମନୋରଞ୍ଜନ କରିଥିଲେ। ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରେରଣାପୁର୍ଣ୍ଣ ବକ୍ତବ୍ୟ ପିଲାମାନଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଶେଷରେ କେକ୍ କଟାଯିବା ସହିତ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମକୁ ସମାପ୍ତି କରାଯାଇଥିଲା l ରାତ୍ରୀ ଭୋଜନ ରେ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଖାଦ୍ୟ ବ୍ୟଞ୍ଜନ ସହ ବଡା ଖାନାର ଆୟୋଜନ ହୋଇଥିଲା lଏପରି ଏକ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ