Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାର୍ଷିକ ଉତ୍ସବ ପାଳନ ପାଇଁ ବରିଷ୍ଠ ନାଗରିକ ସଂଗଠନ ର ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

ବୀରମହାରାଜପୁର :
ଆଗାମୀ ଜାନୁଆରୀ ୧୮ ତାରିଖରେ ବାର୍ଷିକ ଉତ୍ସବ ପାଳନ ପାଇଁ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ମରଣିକା କମିଟି , ଅର୍ଥ କମିଟି ଓ ଅଭ୍ୟର୍ଥନା କମିଟି ର ସଦସ୍ୟ ମାନଙ୍କ ସହିତ ଅନ୍ୟାନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ସହିତ ସ୍ମରଣିକା ର ରୂପରେଖ , ବିଷୟବସ୍ତୁ , ବିଜ୍ଞାପନ , ନାମକରଣ , ବାର୍ତ୍ତା ସଂଗ୍ରହ ଆଦି ଉପରେ ଆଲୋଚନା କରା ଯାଇଥିଲା। ଭୂଷଣ କୁମାର ପାତ୍ର , ଦୟାନିଧି ହୋତା, କୃଷ୍ଣଚନ୍ଦ୍ର ପାଢୀ , ବାସୁଦେବ ପଣ୍ଡl , ସତ୍ୟ ନାରାୟଣ ନାୟକ , ସୂର୍ଯ୍ୟ କୁମାର ପାଣିଗ୍ରାହୀ , ସନ୍ତୋଷ ଷଡ଼ଙ୍ଗୀ , ତ୍ରିନାଥ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଗାମୀ ଜାନୁଆରୀ ୫ତାରିଖ ପର୍ଯ୍ୟନ୍ତ ଲେଖା ଗ୍ରହଣ କରିବାକୁ ସିଦ୍ଧାନ୍ତ କରାଯାଇଛି। ଅତିଥି ନିମନ୍ତ୍ରଣ ପାଇଁ ଦିଲ୍ଲିପ ତ୍ରିପାଠୀ , ସୌମିତ୍ରୀ ମେହେରଙ୍କୁ ଦାୟିତ୍ଵ ଦିଆମାଇଛି । ବୈଠକରେ କମିଟି ମେମ୍ବର ଙ୍କ ସହିତ ଗୋପୀନାଥ ମହାକୁର , ଅକ୍ରୂର ଦନ୍ତl , ରମେଶ ପଣ୍ଡା , ବଳରାମ କାଣ୍ଡ , ଚମରା ମହାକୁର , ସୁରୁ ସାହୁ , ନାରାୟଣ ନାୟକ , ଅକ୍ଷୟ ମିଶ୍ର , ଶ୍ୟାମସୁନ୍ଦର ସେଠୀ , ନିମାଇଁ ପଣ୍ଡା , ଭୀମସେନ ବାରିକ , ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ