Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁ ପାଲି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗୁରୁବାର ପୁରସ୍କାର ବିତରଣୀ ଉତ୍ସବ ସହ ଉଦଯାପିତ ହୋଇଯାଇଛି । ବାଲ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ୪୪୬ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ଖେଳ ରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ଦେଉଳମୁଣ୍ଡା ଖେଳ ପଡ଼ିଆରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ୨୦୦ ମିଟର ଦୌଡ ରେ ବାଳକ ବର୍ଗ ରେ ଅନିଲ ଶତପଥୀ , ବାଳିକା ବର୍ଗ ରେ ଆଦ୍ୟାଶା ମେହେର ପ୍ରଥମ , ସୁଶାନ୍ତ ମେହେର ବେଙ୍ଗ ଡିଆ ରେ ପ୍ରଥମ , ବୁଲବୁଲି ମେହେର ଦଉଡ଼ି ଖେଳ ରେ ପ୍ରଥମ ଓ ମ୍ୟୁଜିକ ଚେୟାର ରେ ଦ୍ଵିତୀୟ , ସାଇକେଲ ସ୍ଲୋ ରେ ଓ ୧୦୦ ମି ଦୌଡ ରେ ସୋନମ୍ ମେହେର ପ୍ରଥମ ଆଦି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ମୁଖ୍ୟ ଅତିଥି , କେନ୍ଦୁପାଲି ଗ୍ରାମ ର ପ୍ରସିଦ୍ଧ କବି ତ୍ରିଲୋଚନ ମେହେର ( ମାନା) ସମ୍ମାନିତ ଅତିଥି ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅକ୍ଷୟ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ପୌରହିତ୍ୟ କରିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇନ୍ଦିରା ମିଶ୍ର । ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ରୁ ଏବେ ବଦଳି ହୋଇଥିବା ଶିକ୍ଷକ ପୁଡୁ କାଲସାଏ ଓ ଶିକ୍ଷୟତ୍ରୀ ଜିତେଶ୍ୱରି ମେହେର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ହୋଇଥିଲା । ତା ସହିତ ବିଦ୍ୟାଳୟ ନୂତନ ଶିକ୍ଷକ ଭାବେ ଆସିଥିବା ଶଙ୍କର ମେହେର ଓ ଭୀଷ୍ମ ବଗର୍ତ୍ତି କୁ ସ୍ଵାଗତ କରା ଯାଇଥିଲା। ଶିକ୍ଷକ ସିତାଂଶୁ ଶେଖର ଖମାରୀ ସଭା ସଂଯୋଜନା କରିଥିଲେ । ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ଅର୍ପିତା ହୋତା ,ରଶ୍ମିତା ମେହେର ,ଶିବାନୀ ସାହl , ଆର୍ତ୍ତତ୍ରାଣ ବିଶି, ବିପିନ ପାଟନିଆ, ଅମରେଶ ତ୍ରିପାଠୀ ,ମହେନ୍ଦ୍ର ସାହୁ,ଦେବାଶିଷ ମିଶ୍ର ,ଚମ୍ପେଶ୍ୱର୍ ମିଶ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଦିବ୍ୟରଞ୍ଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ