Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେଭାପଦର ରେ 15 ତମ ମା ଖମ୍ବେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଟେଭାପଦର ଗ୍ରାମରେ 15 ତମ ମାଁ ଖମ୍ବେଶ୍ବରୀ କ୍ରିକେଟ ଟୁର୍ନାମେଣ୍ଟ, ଟେଭାପଦର କପ 2025 ଗୁରୁବାର ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ମହେନ୍ଦ୍ର ମହାଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ପ୍ରଦୀପ ବଢିଆ , କୁଶଧର ମହାକୁର , ଚମରା ବାଘ, ଶ୍ରୀକାନ୍ତ କର୍ମୀ ଯୋଗଦାନ କରି ଟୁର୍ନାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉଦଘାଟନୀ ମେଚ ବାଙ୍କପାଳ ଏବଂ ଡୁଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟସ ଜିଣି ବାଙ୍କପାଳ ଦଳ ବେଟିଂ କରି ନିର୍ଦ୍ଧାରିତ 10 ଓଭରରେ ଅଲ ଆଉଟ ହୋଇ 108 ରନ ସଂଗ୍ରହ କରିଥିଲା I ଡୁଲେଶ୍ୱର ଦଳ ପାଇଁ 109 ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଥିବା ବେଳେ, ଜବାବରେ ଡୁଲେଶ୍ୱର ଦଳ 9 ଓଭରରେ 5 ଉଇକେଟ ବିନିମୟରେ 109 ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ସେହିପରି ଦ୍ୱତୀୟ ମେଚ କଳାପଥର ଏବଂ ବାମଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ, ବାମଣ୍ଡା ଦଳ ପ୍ରଥମେ ବେଟିଂ କରି ନିର୍ଦ୍ଧାରିତ 8 ଓଭରରେ 5 ଉଇକେଟ ବିନିମୟରେ 80 ରନ ସଙ୍ଘର କରି କଳା ପଥର ଦଳକୁ 81 ରନର ବିଜୟ ଲକ୍ଷ ଦେଇଥିଲା l ଜବାବରେ କଳାପଥର ଦଳ 7.4 ବଲରେ 84 ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ସେହିପରି ତୃତୀୟ ତଥା ପୁଲ ଏ ର ପ୍ରଥମ କୁଆଟର ଫାଇନାଲ ମେଚ କଳାପଥର ଏବଂ ଡୁଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l କଳାପଥର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 6 ଓଭରରେ 118 ରନ ସଂଗ୍ରହ କରିଥିଲା, ଜବାବରେ ଡୁଲେଶ୍ୱର ଦଳ ମାତ୍ର 66 ରନ କରି ପରାଜିତ ହୋଇ ପୁଲ ଏ ରୁ କଳାପଥର ଦଳ ସେମି ଫାଇନାଲରେ ପ୍ରବେଶ କରିଛି l ସମସ୍ତ ମେଚ ବେଶ ସଂଘର୍ଷପୁର୍ଣ ଥିବା ବେଳେ,ମେଚ ଦେଖିବାକୁ ପଡିଆ ଚତୁର୍ପାର୍ଶ୍ୱରେ ଅପରାହ୍ନ 5 ଘଣ୍ଟା ପର୍ଯ୍ୟନ୍ତ ଶହ ସହ ଦର୍ଶକଙ୍କ ଭିଡ଼ ଜମିଥିଲା l ତେବେ ମେଚକୁ ଅମ୍ପାୟାର ଅରବିନ୍ଦ ମହାକୁଡ଼ ଏବଂ ସୁଧୀର ମହାକୁଡ଼ ପରିଚାଳନା କରିଥିବା ବେଳେ, ବିନୋଦ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ