Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ ହେବ କି? ମିଳିଲା ବିଶାଳ ନଦୀର ପ୍ରମାଣ

ଆମେରିକୀୟ ବୈଜ୍ଞାନିକମାନେ ଏକ ବଡ ସଫଳତା ହାସଲ କରିଛନ୍ତି | ମଙ୍ଗଳ ଗ୍ରହରେ ପାଣିର ଏକ ପ୍ରାଚୀନ ମାର୍ଗର ଏକ ନକ୍ସା ପ୍ରସ୍ତୁତ କରିଛନ୍ତି । ଏହି ନକ୍ସାରୁ ପୂର୍ବରୁ ସେଠାରେ ୧୬ଟି ବଡ଼ ନଦୀ ପ୍ରବାହିତ ହେଉଥିବାର ସୂଚନା ମିଳିଛି । ତେବେ ଏହି ନଦୀଗୁଡ଼ିକ ଭାରତର ଗଙ୍ଗା ଓ ଆମାଜନ୍ ଭଳି ବିଶାଳ କାୟ ଆକାରର ଥିଲା । ୟୁନିଭର୍ସିଟି ଅଫ୍ ଟେକ୍ସାସ୍‌ର ଏକ ଅଧ୍ୟୟନରୁ ଏହା ଜଣାପଡିଛି |

ମଙ୍ଗଳ ଗ୍ରହରେ ନଦୀ ଗୁଡିକର ପ୍ରବାହର ସ୍ରୋତ ମିଳିଛି ଯାହାଦ୍ୱାରା ମଙ୍ଗଳ ଗ୍ରହରେ ଜଳର ଅସ୍ତିତ୍ଵକୁ ପୂର୍ଣ୍ଣ ପ୍ରମାଣ କରିଛି | ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛିଯେ,ପ୍ରାୟ ୩୭୦ କୋଟି ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହରେ ପ୍ରଚୁର ପରିମାଣରେ ବର୍ଷା ହେଉଥିଲା । ଏବଂ ବର୍ଷା ଜଳ ନଦୀ ରୂପେ ପ୍ରବାହିତ ହୋଇ ସମୁଦ୍ର ଓ ଝରଣାରେ ଯାଇ ମିଶୁଥିଲା । ଏବେ ସେହି ମାଟି ଆଖପାଖରୁ ଜୀବନର ପ୍ରମାଣ ମିଳିପାରେ ବୋଲି ଅନୁମାନ କରାଯାଉଛି ।

ହୋଇଥିବା ଅଧ୍ୟୟନ ଅନୁସାରେ, ମଙ୍ଗଳ ଗ୍ରହପୂର୍ବରୁ ଲାଲ୍ ଓ ମରୁଭୂମି ନ ଥିଲା । ପୃଥିବୀ ଭଳି ସେଠାରେ ମଧ୍ୟ ପାଣିର ପୂରା ପ୍ରଣାଳୀ ଥିଲା । ତେବେ ଏହାପରେ ମଙ୍ଗଳ ଗ୍ରହକୁ ମାନବ ମିଶନ ଖୁବ୍‌ଶୀଘ୍ର ସଫଳ ହେବ । ନେଇ ନିଶ୍ଚିତ କରାଯାଇଛି | ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି | ମହାକାଶଚାରୀ ମଙ୍ଗଳ ପୃଷ୍ଠରୁ ନମୁନା ପୃଥିବୀକୁ ଆଣିବେ । ଆଣିବାପରେ ସେଗୁଡ଼ିକର ପରୀକ୍ଷା କରାଯିବ | ପରୀକ୍ଷା କରାଯିବା ପରେ, ଲାଲ୍ ଗ୍ରହର ଅତୀତକୁ ନେଇ ଥିବା ଅସଂଖ୍ୟ ରହସ୍ୟ ଉନ୍ମୋଚନ ହେବ। କେମିତି ଓ କେତେ ସମୟ ପର୍ଯ୍ୟନ୍ତ ଏ ଗ୍ରହରେ ପାଣିର ସ୍ରୋତ ରହିଥିଲା ତାହା ବିଷୟରେ ମଧ୍ୟ ଜଣାପଡିବ | ଏଠାରେ ତରଳ ଜଳକୁ ନେଇ ଥିବା ରହସ୍ୟ ଉପରେ ଅଧ୍ୟୟନକର୍ତ୍ତା ଗବେଷଣା କରିବେ । ମଙ୍ଗଳ ଗ୍ରହର ଏଭଳି ସ୍ଥିତି ପଛରେ କଣ ରହିଛି ରହସ୍ୟ ? କୌଣସି ପ୍ରକାର ଜଳବାୟୁ କାରଣରୁ ଏହା ହୋଇଛି କି ? ତେବେ ସେଠାରେ ପୂର୍ବରୁ ଜୀବଜଗତ ସୃଷ୍ଟି ଥିଲା କି ନାହିଁ, ଏଭଳି ଅନେକ ପ୍ରଶ୍ନର ଉତ୍ତର ବୈଜ୍ଞାନିକମାନେ ସନ୍ଧାନ କରିବେ । ଅନେକ ବୈଜ୍ଞାନିକ ମାନଙ୍କ ଧାରଣା ଯେ, ମଙ୍ଗଳ ଗ୍ରହକୁ ମଣିଷ ନ ଯିବା ପର୍ଯ୍ୟନ୍ତ ଏବଂ ଉପଯୁକ୍ତ ନମୁନା ସଂଗ୍ରହ କରି ପୃଥିବୀକୁ ନ ଆଣିବା ପର୍ଯ୍ୟନ୍ତ ଏହି ପ୍ରଶ୍ନଗୁଡ଼ିକର ଯଥାର୍ଥ ଉତ୍ତର ଦେବା ସମ୍ଭବ ନୁହେଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories