ଖରିଫ ଧାନ କିଣା ବିକା ର ଅଚଳାବସ୍ଥା ବିରୋଧରେ ସ୍ଵର ଉତ୍ତୋଳନ କଲେ ବୀରମହାରାଜପୁର କୃଷକ ସଂଗଠନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଖରିଫ ଧାନ କିଣାବିକା କୁ ନେଇ ଅଚଳବସ୍ଥା ଜାରୀ ରହିଥବା ଅଭିଯୋଗ ଆଣିଲା କୃଷକ ସଙ୍ଗଠନ l ଚାଷୀଙ୍କ ପାଖରେ ଟୁକନ ପହଞ୍ଚି ପାରିନାହିଁ l ସଠିକ ଭାବରେ ମଣ୍ଡିର ସୁପରିଚାଳନା ହେଉନଥିବା ବିଷୟକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଆଗରେ ଆଜି ପ୍ରକାଶ କରିଥିଲେ l ଶୁକ୍ରବାର ଏନେଇ ଜିଲ୍ଲା କୃଷକ ସଂଗଠନ ଉପସଭାପତି ଧରଣୀଧର ପାଢ଼ୀ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ଯଦି ସରକାର ଧାନ କିଣିବା ପାଇଁ ସକ୍ଷମ ନୁହଁନ୍ତି ତାହେଲେ ଚାଷୀମାନଙ୍କୁ ଛାଡିଦିଅନ୍ତୁ ଚାଷୀ ତାର ମନମୁତାବକ ଯେଉଁଠି ପାରିବ ବିକିବ ବୋଲି ପ୍ରକାଶ କରିଥିଲେ l ଜିଲ୍ଲା ରେ ୯୫ ଗୋଟି ମଣ୍ଡି ଥିବାବେଳେ, ଗତ ୯ ଡିସେମ୍ବର ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼କ୍ଟର ନୃପରାଜ ସାହୁ ମଣ୍ଡି ଖୋଲି ଦେଲେ ହେଲେ ଚାଷୀ ଙ୍କ ଧାନ କିଣିବା ପାଇଁ କୌଣସି ବନ୍ଦୋବସ୍ତ ହୋଇ ପାରୁନାହିଁ l ମଣ୍ଡି ମୁକୁଳା ପଡ଼ିରହିଛି l ଟୁକନ ପାଇଥବା ଚାଷୀ ଙ୍କ ପାଖରେ ଆବଶ୍ୟକ ଅନୁସାରେ ଟୁକନ ଦିଆଯାଇନାହିଁ l ଧାନ କିଣା ବିଳମ୍ବ ହେଉଥିବାରୁ ଧାନ କିଣା ଅବଧି ବୃଦ୍ଧି କରିବା ସହିତ ବିନା କଟଣୀ ଛଟଣୀ ରେ ଧାନ କିଣିବା ଉପରେ ସରକାର ଗୁରୁତ୍ୱ ଦେବାକୁ ଦାବୀ କରଯାଇଥିଲା l ଧାନ କିଣାବିକା ଅଚଳାବସ୍ଥା ଲାଗି ରହିଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଥିଲେ l ଆଜି କୃଷକ ସଂଗଠନ ପକ୍ଷରୁ ଚାଷୀନେତା ଇଂଜିନିୟର ଆଶ୍ରୟ ମହାନନ୍ଦ, ଅକ୍ରୁର ଦନ୍ତା, ନରୋତ୍ତମ ପଧାନ ପ୍ରମୁଖ ଉପସ୍ଥିତ ଥିଲେ l

