ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସର ଚଢ଼ାଉ; ଏକାସଙ୍ଗେ ୫ ସ୍ଥାନରେ ଚଢ଼ାଉ
ଜଗତସିଂହପୁର,୨୦|୧୨: ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ | ଏକାସଙ୍ଗେ ୫ ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା | ଜଗତସିଂହପୁର ଜିଲ୍ଲା ରାହାମାର ବନ ବିଭାଗର ରେଞ୍ଜର ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଞ୍ଜର ଅଧିକାରୀଙ୍କ ଘରେ ଚଢ଼ାଉ କରିଛି | ଆଜି ସକାଳୁ ଭିଜିଲାନ୍ସର ଏକାଧିକ ଟିମ୍ ପକ୍ଷରୁ ତାଙ୍କ ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି । ଚଢାଉ ହେଉଥିବା ସ୍ଥାନ ଗୁଡିକ ମଧ୍ୟରେ ଜଗତସିଂହପୁର ଚତରାସ୍ଥିତ ଆବାସିକ ତିନି ମହଲା କୋଠା ଏବଂ ସରକାରୀ କାର୍ଯ୍ୟାଳୟ ରହିଛି । ଭିଜିଲାନ୍ସ ପକ୍ଷରୁ ହୋଇଥିବା ଏହି ଚଢାଉରେ ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।
ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଜଣ ଡିଏସପି, ୮ ଜଣ ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଗଠନ ହୋଇଥିବା ଏହି ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ପକ୍ଷରୁ ଜଗତସିଂପୁର ଜିଲ୍ଲାର ଉପରୋକ୍ତ ସ୍ଥାନଗୁଡ଼ିକରେ ଏକକାଳୀନ ଚଢ଼ାଉ କରାଯାଉଛି।

