Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ବରିଷ୍ଠ ମହିଳା ମୁଷ୍ଟି ଯୋଦ୍ଧା ଚୟନ ପ୍ରତିଯୋଗୀତା ରେ ଜାତୀୟ ସ୍ତରକୁ ମନୋନୀତ ହେଲେ ଶାନ୍ତି ଭୋଇ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଶାନ୍ତି ଭୋଇ ରାଜ୍ୟ ସ୍ତରୀୟ ବରିଷ୍ଟ ମହିଳା ମୁଷ୍ଟିଯୋଦ୍ଧା ଚୟନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ସ୍ତର କୁ ମୋନନୀତ ହୋଇଥିବା ସୂଚନା ମିଳିଛି l ଚଲିତ ମାସ ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ସେକ୍ଟର ୫ ରେ ଚାଲିଥିବା ରାଜ୍ୟ ସ୍ତରୀୟ ବରିଷ୍ଟ ମହିଳା ଓ ପୁରୁଷ ବିଭାଗ ରେ ମୁଷ୍ଟି ଯୋଦ୍ଧା ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି l ନବମ ରାଜ୍ୟ ସ୍ତରୀୟ ବରିଷ୍ଠ ପୁରୁଷ ଓ ମହିଳା ବକ୍ସିଂ ପ୍ରତିଯୋଗିତା ରେ ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ ର ବର୍ଡାକଟା ଗ୍ରାମର ଶାନ୍ତି ଭୋଇ ୪୮ କିଗ୍ରା ବର୍ଗରେ ପ୍ରଥମ ସ୍ଥାନ ଅଂଶ ଗ୍ରହଣ କରି ଜାତୀୟ ସ୍ତରକୁ ମୋନାନୀତ ହୋଇଛନ୍ତି। ଶାନ୍ତିଙ୍କ ଏହି ସଫଳତା ଜାଣିବା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ, ରାଜ୍ୟ ଶାରିରିକ ଶିକ୍ଷକ ସଂଘ୍ ସମ୍ପାଦକ ରାମ କୁମାର ସାହୁ, ଜିଲ୍ଲା ଦୌଡ କୁଦ ସଂଘର ସମ୍ପାଦକ ପିୟୁଷ କୁମାର ପଣ୍ଡା, କୋଚ ରାଜେଶ କୁମାର ମେଣ୍ଡଲି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁହ ଛୁଟୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ