Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆନ୍ତର୍ଜାତିକ ମାନବ ସଂହତି ଦିବସ ପାଳିତ

ବୀରମହାରାଜପୁର :
ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆନ୍ତର୍ଜାତିକ ମାନବ ସଂହତି ଦିବସ ଶନିବାର ପୂର୍ବାହ୍ନ ୧୧-୦୦ଘଣ୍ଟା ସମୟରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ କୃଷ୍ଣଚନ୍ଦ୍ର ପାଢ଼ୀ ତଥା ସମ୍ମାନିତ ଅତିଥି ଭାବରେ ଗୋପୀନାଥ ମହାକୁର ମଞ୍ଚାସୀନ ଥିଲେ । ବିବିଧତା ମଧ୍ୟରେ ଏକତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର ୨୦ ତାରିଖକୁ ଅନ୍ତର୍ଜାତୀୟ ମାନବ ଏକତା ଦିବସ ଭାବେ ପାଳନ କରାଯାଏ । ମିଳିତ ଜାତିସଂଘ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି ଦିବସ ଉପରେ ଅଧିକ ଗୁରୁତ୍ବାରୋପ କରିଥାଆନ୍ତି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଦାରିଦ୍ର୍ୟ ହ୍ରାସ କରିବା ତଥା ଦାରିଦ୍ର୍ୟ ହ୍ରାସ ରଣନୀତି ପ୍ରସ୍ତୁତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ବିଶ୍ବସ୍ତରରେ ଏହି ଏକତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡା ସ୍ବାଗତ କରିଥିଲେ । ଏଥିରେ ଶ୍ୟାମସୁନ୍ଦର ସେଠୀ , ସତ୍ୟ ନାରାୟଣ ନାୟକ , ଜ୍ଞାନେନ୍ଦ୍ର ତ୍ରିପାଠୀ , ନାରାୟଣ ନାୟକ ,ଅକ୍ରୂର ଦନ୍ତା , ନିମାଇଁ ଚରଣ ପଣ୍ଡା, ଚମରା ମହାକୁର , ଶିବ ଖମାରୀ , ରାଧେଶ୍ୟାମ ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ । ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ