ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ରବିବାସରୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ପରିସରରେ ଦିନ ୧୧-୦୦ଘଣ୍ଟା ସମୟରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ଏଥିରେ ବାସୁଦେବ ରଥଙ୍କ ଦ୍ଵାରା ରାମାୟଣ ପ୍ରବଚନ କାର୍ଯ୍ୟକ୍ରମ ରହିଥିଲା । ଦୟାନିଧି ହୋତା ପ୍ରବକ୍ତାଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥ ସ୍ବାଗତ କରିଥିଲେ । କାର୍ଯ୍ୟକ୍ରମ ରେ ଭୂଷଣ କୁମାର ପାତ୍ର, ଗୋପୀନାଥ ମହାକୁର , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ , ରାମକୃଷ୍ଣ ହୋତା, ସୌମିତ୍ରୀ ମେହେର , ତ୍ରିନାଥ ମିଶ୍ର , ସନ୍ତୋଷ ଷଡ଼ଙ୍ଗୀ, ଅକ୍ଷୟ ମିଶ୍ର , ଶିବ ଖମାରୀ , ନିମାଇଁ ପଣ୍ଡା , ସତ୍ୟ ନାରାୟଣ ନାୟକ , ଚମ୍ପେଶ୍ବର ଦାଶ, ଜୀତେନ୍ଦ୍ର ପଧାନ , ରାଧେଶ୍ୟାମ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ବିତୀକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

