ବାଘ ପାଲି ରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଯାପିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଳାଏ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ ବାଘପାଲି ଠାରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ-2025 ଉଦଯାପିତ ହୋଇଯାଇଛି l ଏଥିରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠକୁ ପର୍ଯଟନସ୍ଥଳୀର ମାନ୍ୟତl ପାଇଁ ଆସନ୍ତା ବିଧାନସଭାରେ ଓଡିଶା ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବି ବୋଲି କହିବା ସହ ଏହି ପୀଠର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ସମ୍ମାନିତ ଅତିଥିଭାରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଏହି ଟ୍ରଷ୍ଟ ସଦସ୍ୟ ଶ୍ରୀଯୁକ୍ତ ଉତ୍ତର କୁମାର ପାତ୍ର, ଡ. ଅନିରୁଦ୍ଧ କୁରୁକୁରିଆ ଯୋଗଦାନ କରିଥିଲେ l ଏଥିରେ ବାର୍ଷିକ ପତ୍ରିକା ସୁଧାସାର ର ପଞ୍ଚମ ସଂସ୍କରଣ ଲୋକାର୍ପଣ କରାଯାଇଥିଲା ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ କବି ବାବୁଲାଲ ମନ୍ତ୍ରା, ଭିକାରି ସେଠି, ଧ୍ରୁବଚରଣ ନାଏକ, ଗଜିନ୍ଦ୍ର ସେଠି, କୃପାସିନ୍ଧୁ ମହାକୁର, ରଞ୍ଜନ କୁମାର ସା, ସୁଦାମ ନାଏକ, ଡ. ଅନିରୁଦ୍ଧ କୁରୁକୁରିଆ,ଏଥିରେ ଶିକ୍ଷକ ମକୁନ୍ଦ ଧରୁଆ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ବକ୍ତା ଭାବରେ ଐତିହାସିକ ସୁଦାମ ନାଏକ ଯୋଗଦାନ କରି ଚନ୍ଦ୍ରମଣି ସାହିତ୍ୟର ଉପରେ ଆଲୋଚନା କରି ଏହି ପୀଠର ଉନ୍ନତି କାମନା କରିଥିଲେ l ଗତ ତା 19/12/2025 ଅନ୍ତିମ ସାଂସ୍କୃତିକ ସନ୍ଧ୍ୟାରେ ସାଂସ୍କୃତିକ ସନ୍ଧ୍ୟାରେ ଉଲୁଣ୍ଡା ବ୍ଲକର ଉପାଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ରଙ୍କ ପ୍ରତିନିଧି ଶ୍ରୀଯୁକ୍ତ କୁର୍ତ୍ତିବାସ ମିଶ୍ର ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏଥିରେ ସମ୍ମାନିତ ଅତିଥି ଉତ୍ତରକୁମାର ପାତ୍ର, ଜାନକୀ ରାମ ଦେହେରୀ, ମନରଞ୍ଜନ ପାଢ଼ୀ, ଅନିରୁଦ୍ଧ କୁରକୁରିଆ ପ୍ରମୁଖ ଯୋଗଦାନ କରି ଉଦଘାଟନ କରିଥିଲେ l ଏଥିରେ ପ୍ରଥମେ ଆଞ୍ଚଳିକ କଳାକାର ମାନଙ୍କୁ ନେଇ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ, କୁନି ତାରକା ମାନଙ୍କ ନୃତ୍ୟ, ମ୍ୟାଜିକ ଶୋ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ରୁମକୁଝୁମା, ସୁବର୍ଣ୍ଣପୁର ର ମେଲୋଡି ଏବଂ ମହିଳା ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ୍ୟ ଆରମ୍ଭ ହୋଇଥିଲା l ଲସ୍ତଳା, ମେଘନାଦ, ଘଣ୍ଟପାଲି, କୋଟସମଳାଏ, ଖୁଣ୍ଟୁଳାପାଲି, ଟିଠିପାଲି, ଗୁଲାବନ୍ଧ, ରେଡମ, ଜଗନ୍ନାଥପାଲି ସଂକୀର୍ତ୍ତନ୍ୟ ଦଳ ଯୋଗଦାନ କରିଥିଲେ l ଏଥିରେ ଗୌଦୀୟ ସଂକୀର୍ତ୍ତନ ଦଳ ବମରାଜ ସମାସିଙ୍ଗ ସମ୍ବଲପୁର ଜିଲ୍ଲା, ଗୋବିନ୍ଦପୁର ବୌଦ୍ଧ ଜିଲ୍ଲା,ମୁହୁରିଆପାଲି, ଗୁଞ୍ଜିପାଲି, ବଡ଼ମାଳ, ଲସ୍ତଳା ନିମନା ବିଭିନ୍ନ ଦଳ ଯୋଗଦାନ କରିଥିଲେ l ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ଜାନକୀରାମ ଦେହେରୀ, ଅଭିଷେକ ଅମାତ, ଲୁପି ମହାକୁର, ନରସିଂହ ପଧାନ ପ୍ରମୁଖ ସହଯୋଗ କରିଥିଲେ l

