ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ର ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ
ବୀରମହାରାଜପୁର : ସ୍ଥାନୀୟ ପାଣ୍ଡିଆ ପାଲି ଖେଳ ପଡିଆ ରେ ଗାୟତ୍ରୀ ଆବାସିକ ଶିକ୍ଷ୍ୟା ନିକେତନ ର 13 ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ ହୋଇଥିଲା । ଉଦଘାଟନି ଉତ୍ସବ ରେ କେଂଝରିଆ ପାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ, ଶିକ୍ଷ୍ୟାବିତ ଅଖୋଜ କୁମାର ପଧାନ , ଗାୟତ୍ରୀ ଆବାସିକ ଶିକ୍ଷ୍ୟା ନିକେତନ ର ପ୍ରଧାନ ଶିକ୍ଷକ ପଙ୍କଜ ଖମାରୀ, ଖେଳ ଶିକ୍ଷକ ବିପ୍ର ପେରା ଓ ଅଭିନନ୍ଦନ ପୁଜାହାରୀ ଯୋଗ ଦେଇଥିଲେ । ସ୍ଥାନୀୟ ଭଂଗାମୁଣ୍ଡା ମଠ ରୁ ମଶାଲ ଶୋଭାଯାତ୍ରା ଆରମ୍ଭହେଇଥିଲା। ପ୍ରତେକ ଖେଳାଳି ଶପଥ ଗ୍ରହଣ ପରେ ବିଭିନ୍ନ ଖେଳ ରେ ଅଂଶ ଗ୍ରହଣ କରି ଥିଲେ। ମୁଖ୍ୟ ଅତିଥି ଖେଳାଳି ମନୋଭାବ, ତଥା ହାର ଜିତ ର ଫରକ ବିଷୟ ରେ ଆଲୋକପାତ କରି ଥିଲେ। ଗାୟତ୍ରୀ ଆବାସିକ ହାଇଜର ସେକେଣ୍ଡରୀ ସ୍କୁଲ ର ଅଧ୍ୟକ ଯୁଧିଷ୍ଠିର ଖମାରୀ ଙ୍କର ତତ୍ୱାବଧାନରେ ଅରୁଣ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ରେ ଛାତ୍ରଛାତ୍ରୀ ମାନେ ଭଗନେଇ ଥିଲେ। ବୀଣାପାଣି ଭୋଇ , ବିଷ୍ନୁପ୍ରିୟା ସାହୁ , ଯଶଶ୍ୱନୀ ସାହୁ , ପ୍ରଭାତୀ ତ୍ରିପାଠୀ , ପ୍ରିତିଶ ପୁରୋହିତ, ସଂଜୀବ ଜଗଦଲା, ମମିତା ସାହୁ , ପଦ୍ମାଳୟା ନିଆଲ , ମୀନକେତନ ମେହେର , ଲିପୁନ ସା, ରାଜୁ ବେଜି, ବିକାଶ ମହାକୁଡ଼, ରଣମୋହନ ଭୋଇ , ହିମାଂଶୁ ପାତ୍ର, ଅକ୍ରୁର ପଣ୍ଡା, କଲ୍ୟାଣୀ ଜଗଦଳା, ପୂର୍ଣଚନ୍ଦ୍ର ଖେତି, ନିରୋଜ ପଧାନ, ସୁବ୍ରତ ପଣ୍ଡା, ପ୍ରିତମ ପଣ୍ଡା, ସୁଦର୍ଶନ ବିଶ୍ୱାଳ,ଆଦି ଶିକ୍ଷକ ଖେଳ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ । ସର୍ତ୍ତିକ ବଡ଼ମାଳି, ଗୌତମ ଓ ଯୋଗୀନ୍ଦ୍ର ପଧାନ ପ୍ରଭୁତି କାର୍ଯ୍ୟକ୍ରମ କୁ ସହଯୋଗ କରି ଥିଲେ। ସୋମବାର କ୍ରୀଡା ଉତ୍ସବ ଉଦଯାପନୀ ସଭାରେ ସୋନପୁର ଜିଲ୍ଲା ର ଫିଜିକାଲ ଏଜୁକେସନ ଅଫିସର ବାଲାଜୀ ବିଶ୍ୱନାଥ ଯୋଗ ଦେଇ ପିଲାଙ୍କୁ ଖେଳର ମହତ୍ୱ ବିଷୟରେ କହି ଉତ୍ସାହିତ କରି ଥିଲେ। ଖେଳ ଶେଷରେ ପିଲାମାନଙ୍କୁ ମାନପତ୍ର ଓ ମେଡାଲ ସହିତ ପୁରସ୍କୃତ କରାଯାଇ ଥିଲା।

