29 ତମ ସର୍ବ ଭାରତୀୟ ଲୁତୁର ପଙ୍କ କ୍ରିକେଟ କପ ର ଦ୍ୱିତୀୟ ଦିବସରେ ଭୁବନେଶ୍ବର କୁ ହରାଇ ସୋନପୁର ଦଳ ସେମିରେ ପ୍ରବେଶ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଦ୍ଵିତୀୟ ଦିବସ ରେ ସ୍ପାର୍ଟନ ଭୁବନେଶ୍ୱର କୁ ହରାଇ ଏସଡିସିଏ ସୋନପୁର ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ଟି ୧୮- ୧୮ ଓଭର ବିଶିଷ୍ଟ ହୋଇଥିବା ବେଳେ ଦ୍ଵିତୀୟ ଫର୍ମାଟ ଟି ୭-୭ ଓଭର ବିଶିଷ୍ଟ ହୋଇଥିଲା। ସୋନପୁର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଫର୍ମାଟ ରେ ନିର୍ଦ୍ଧାରିତ ୧୮ ଓଭର ରେ ୯ ଉଇକେଟ ହରାଇ ୧୯୪ ରନ କରିଥିଲା। ଦଳର ବରୁଣ ଦାସ ୨୨ ବଲ ରୁ ୫୬ରନ ଓ ଦୀପକ ପରିଡ଼ା ୪୬ ରନ ଓ ଅଭିଳାଷ ନାୟକ ୨୮ ରନ କରିଥିଲେ। ବିପକ୍ଷ ଭୁବନେଶ୍ୱର ର ଆଶୁତୋଷ ଦାସ ୩ ଟି, ଡିନା ଦାସ ଓ ସୁମିତ ମହାରଣା ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ଭୁବନେଶ୍ଵର ୧୬.୨ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୩ ରନ କରିଥିଲା। ଦଳର ସରୋଜ ପଣ୍ଡା ୪୦ ରନ ଓ ଡିନା ଦାସ ୧୪ ବଲ ରୁ ୩୨ ରନ କରିଥିଲେ। ବିପକ୍ଷ ସୋନପୁର ର କେ.ଜି.କ୍ରୀଷ୍ଣା ୪ ଓ ପୁରୁଷୋତ୍ତମ ପାତ୍ର ୩ ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ସୋନପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର ରେ ୩ ଉଇକେଟ ହରାଇ ୭୬ ରନ କରିଥିଲା। ଦଳର ଅଭିଳାଷ ନାଏକ ୨୩ ରନ କରିଥିଲେ। ବିପକ୍ଷ କିଶାନ ମହାନ୍ତି ୨ ଟି ଉଇକେଟ ନେଇଥିଲେ। ଜବାବରେ ଭୁବନେଶ୍ୱର ନିର୍ଦ୍ଧାରିତ ୭ ଓଭର ରେ ୭ ଉଇକେଟ ହରାଇ ୬୧ ରନ କରିଥିଲା। ଦଳର ଦିବ୍ୟଜ୍ୟୋତି ଦାସ ପଟ୍ଟନାୟକ ୨୪ ରନ କରିଥିବା ବେଳେ ବିଅକ୍ଷ ଶୁଭମ ବିଷ୍ଟ ୩ ଟି ଉଇକେଟ ନେଇଥିଲେ। ଉଭୟ ଫର୍ମାଟ ରେ ବିଜୟୀ ହୋଇ ସୋନପୁର ମ୍ୟାଚ ରେ ବିଜୟୀ ହୋଇଥିଲା। ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ଗୌଡଗାଡ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ରାମ ନାରାୟଣ ହୋତା ଓ କ୍ରୀଡାବିତ ସୁଶିଳ ଅମାତ ଅତିଥି ଭାବେ ଯୋଗଦେଇ ସୋନପୁର ର ଶୁଭମ ବିଷ୍ଟ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚଟି କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ଡି.ରଜନୀକାନ୍ତ ରେଡ୍ଡୀ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଚମାରୁ ମହାକୁର ଅନଲାଇନ ସ୍କୋରିଙ୍ଗ ଏବଂ ଆକାଶ ପାତ୍ର ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ମଙ୍ଗଳବାର ଦିନ ଏନଏନଏସ ପ୍ରୟାଗରାଜ ଓ ବିଶ୍ବ ଭାରତୀ କଟକ ମଧ୍ୟରେ ପୁଲ – ଏ ର ଦ୍ଵିତୀୟ ମ୍ୟାଚ୍ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ।

