ଆକାଶଛୁଆଁ ସୁନା ଦର! କିଲୋ ପିଛା ରୁପା ୫ ହଜାର ମହଙ୍ଗା
ଭୁବନେଶ୍ୱର,୨୩|୧୨: ସୁନା କିଣିବା ଆଉ ଲଗାଇବା ପାଇଁ ପ୍ରାୟ ସମସ୍ତେ ଆଗ୍ରହୀ ଥାଆନ୍ତି | କିନ୍ତୁ ଏବେ ସୁନାର ଦରକୁ ଦେଖି କିଣିବା ପୂର୍ବରୁ ଦଶଥର ଚିନ୍ତା କରୁଛନ୍ତି | ଦିନକୁ ଦିନ ସୁନା ଦରରେ ବୃଦ୍ଧି ଘଟୁଛି | ଗତ ସୋମବାର ସୁନା ଓ ରୁପା ଦରରେ ପୁଣିଥରେ ବୃଦ୍ଧି ହୋଇଛି । ଆଜି ସୁନାର ମୂଲ୍ୟ ୧.୩୮ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । MCXରେ ଫେବୃଆରୀ ଫ୍ୟୁଚର୍ସ ଡେଲିଭରି ପାଇଁ ସୁନା ୧.୦୩ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୧,୩୮,୧୨୪ ରେ ପହଞ୍ଚିଛି । ତେବେ ଏଥିରୁ ବାଦ ପଡିନି ରୁପା | ରୁପାର ଦର ବି ଦିନକୁ ଦିନ ବୃଦ୍ଧି ପାଉଛି | ଏବେ ରୂପା ୨,୯୭୩ କିମ୍ବା ୧.୪୦ ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ପିଛା ୨,୧୫,୮୪୫ ପର୍ଯ୍ୟନ୍ତ ପହଞ୍ଚିଛି।
ଆମେରିକା ସୁଧହାର ହ୍ରାସ କରିବା କାରଣରୁ ଡଲାର ଦୁର୍ବଳ ହୋଇଛି । ତାହା ସହିତ ସୁନାର ହୋଲ୍ଡିଂ ଖର୍ଚ୍ଚ କମିଛି । ଫଳରେ ଲୋକମାନେ ସୁନା କିଣିବାକୁ ବେଶ ଆଗ୍ରହୀ ହେଉଛନ୍ତି | ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏବେ ସୁନା କିଣା ବଢ଼ାଇଛନ୍ତି । ଫଳରେ ସୁନା ଉଦ୍ଧ୍ୱର୍ଗାମୀ ହୋଇଛି । ସେହିଭଳି ରୁପାକୁ ସୋଲାର, ଇଲେକଟ୍ରୋନିକ୍ସ ଏବଂ ଇଭିରେ ରୁପା ବ୍ୟବହାର ବଢ଼ିବା ଫଳରେ ଏହାର ଦର ଉପର ମୁହାଁ ହୋଇଛି । ଆମେରିକା କମ୍ପାନି ଗୁଡିକ ପ୍ରବଳ ମାତ୍ରାରେ ରୁପା ମହଜୁଦ କରି ରଖୁଛନ୍ତି । ଉତ୍ପାଦନ ବନ୍ଦ ହେବା ଭୟରେ କମ୍ପାନି ରୁପା ମହଜୁଦ କରି ରଖୁଛନ୍ତି ବୋଲି ସୂଚନା ରହିଛି । ଯେଉଁଥିପାଇଁ ଦରରେ ଏପରି ବୃଦ୍ଧି ହୋଇଛି | ଆଡଭାଇଜର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି, ଏବେ ରୁପା ଦର ବଢ଼ିଛି । ଆସନ୍ତା ବର୍ଷରେ ରୁପା ଦର ୨.୫୦ ଲକ୍ଷ ପର୍ଯ୍ୟନ୍ତ ଛୁଇଁପାରେ । ସୁନା ଦରରେ ମଧ୍ୟ ୧.୫୦ ଲକ୍ଷକୁ ପହଞ୍ଚାଇପାରେ |

