କାନପୁର ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଉଫୁଲା
ଖେଳ ପଡ଼ିଆଠାରେ ୪ର୍ଥ ମାଁ ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେ୍ଟ ଉଦଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍ ଷଣ୍ଢ। ଓ କେନ୍ଦୂପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଦ୍ଵିତୀୟ ମ୍ୟାଚ୍ କଲାପଥର ଓ ଉଫୁଲା ମଧ୍ୟରେ ହୋଇଥିଲା। ଉଫୁଲା କୁ ହରାଇ କେନ୍ଦୂପାଲି ସେମିଫାଇନାଲ ଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ପୃଥିରାଜ୍ ଜଗଦଲା , ସମ୍ମାନିତ ଅତିଥି ଭାବେ ଆଡଭୋକେଟ ଆଦର୍ଶ ମହାନନ୍ଦ , ସୁଶାନ୍ତ ଦାସ , ମଳୟ ଅମାତ , ଘାସିରାମ ଜଗଦଲା ଯୋଗ ଦେଇଥିଲେ। ଭୀଷ୍ମ ବଗର୍ତ୍ତୀ ଓ ମୃତ୍ୟୁଞ୍ଜୟ ଭୋଇ ମ୍ୟାଚ୍ ପରିଚାଳନା କରିଥିଲେ।ଶୁଭମ୍ ବାଦି ସ୍କୋରର ଓ ବିନୋଦ ବେହେରା ଧାରାବିବରଣୀ ପ୍ରଦାନ କରିଥିଲେ।

