29 ତମ ସର୍ବ ଭାରତୀୟ ଲୁତୁର ପଙ୍କ କ୍ରିକେଟ କପ୍ କଟକ କୁ ହରାଇ ପ୍ରୟାଗ ରାଜ ସେମିରେ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ତୃତୀୟ ଦିବସ ରେ ବିଶ୍ଵଭାରତୀ କଟକ କୁ ହରାଇ ଏନଏନଏସ ପ୍ରୟାଗରାଜ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ଟି-୨୦ ଓ ଦ୍ଵିତୀୟ ଫର୍ମାଟ ଟି ଟି-୧୦ ଫର୍ମାଟ ରେ ହୋଇଥିଲା। କଟକ ବିଶ୍ବଭାରତୀ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଫର୍ମାଟ ରେ ୧୯.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୧ ରନ କରିଥିଲା। ଦଳର ସମ୍ବିତ କୁମାର ସାହୁ ୨୮ ରନ ଓ ବିନାୟକ ସ ୧୯ ରନ କରିଥିଲେ। ବିପକ୍ଷ ପ୍ରୟାଗରାଜ ର ଅନୁରାଗ ସିଂ ୩ ଟି, ଅଖିଳେଶ ଯାଦବ ଓ ଏମ ଡି ଉମର ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ପ୍ରୟାଗରାଜ ୧୩.୧ ଓଭର ରେ ୬ ଉଇକେଟ ହରାଇ ୧୨୨ ରନ କରିଥିଲା। ଦଳର ଶୁଭମ ଶୁକ୍ଳା ୧୮ ବଲରୁ ୩୨ ରନ ଓ ଦୀପଙ୍କର ସିଂ ୧୨ ବଲ ରୁ ବଲ ରୁ ୩୦ ରନ କରିଥିଲେ। ବିପକ୍ଷ କଟକ ର ଚନ୍ଦ୍ରଚୁଡ଼ ପୁରୋହିତ ୩ ଟି ଓ ସି.ଏସ.କାନୁନଗୋ ୨ ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ କଟକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୭୮ ରନ କରିଥିଲା। ଦଳର ବିନୟ ସ ୩୯ରନ କରିଥିଲେ। ବିପକ୍ଷ ଅଖିଳେଶ ଯାଦବ ୨ ଟି ଉଇକେଟ ନେଇଥିଲେ। ଜବାବରେ ପ୍ରୟାଗରାଜ ୪.୪ ଓଭର ରେ କୌଣସି ନ ହରାଇ ୭୯ରନ କରିଥିଲା। ଦଳର ଆଶିଷ ରତ୍ନମ୍ ୨୩ ଟି ବଲ ରୁ ୭୪ ରନ କରିଥିଲେ।
ଉଭୟ ଫର୍ମାଟ ରେ ବିଜୟୀ ହୋଇ ପ୍ରୟାଗରାଜ ମ୍ୟାଚ ରେ ବିଜୟୀ ହୋଇଥିଲା। ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ବୀରମହାରାଜପୁର ସହକାରୀ ବନ ସଂରକ୍ଷକ ତଥା ଅତିରିକ୍ତ ରେଞ୍ଜ ଦାୟିତ୍ଵ ରେ ଥିବା ରେଞ୍ଜ ଅଧିକାରୀ ଅବିନାଶ ବରିହା ମୁଖ୍ୟ ଅତିଥି ଏବଂ ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ଖଣ୍ଡହତା ଇନ୍ଦିରାଗାନ୍ଧୀ ହାଇସ୍କୁଲ ର ଶିକ୍ଷକ ରଣଜିତ ମିଶ୍ର , ନାଇସେଟ୍ ଏକାଡେମୀ ର ଅଧ୍ୟକ୍ଷ ରମଣ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ମହାକୁର , ନାକଚି ହାଇସ୍କୁଲ ର ଶିକ୍ଷକ କାଲାଚାନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରୟାଗରାଜ ର ଆଶିଷ ରତ୍ନମ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚଟି କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ବିଶ୍ୱଜିତ ପୁରୋହିତ ଓ ଡି.ରଜନୀକାନ୍ତ ରେଡ୍ଡୀ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଚମାରୁ ମହାକୁର ଅନଲାଇନ ସ୍କୋରିଙ୍ଗ ଏବଂ ମ୍ୟାକ୍ ମିଲନ ମହାକୁର ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ବୁଧୁବାର ଦିନ ଏନଏନଏସ ପ୍ରୟାଗରାଜ ଓ ଏସଡିସିଏ ସୋନପୁର ମଧ୍ୟରେ ପ୍ରଥମ ସେମିଫେନାଲ ମ୍ୟାଚ୍ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ।

