ପାତାଳୀ ଶ୍ରୀକ୍ଷେତ୍ର ରେ ଏକ ବିଂଶତମ ପାତାଳୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଉଲୁଣ୍ଡା : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଠାରେ ଆସନ୍ତା ଜାନୁୟାରୀ 18 ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏକବିଂଶ ତମ ପାତାଳି ମହୋତ୍ସବ। ଏଥିରେ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା , ଭାଗବତ ସପ୍ତାହ ପାରାୟଣ , ୫୬- ପ୍ରହରୀ ନାମଯଜ୍ଞ , ଘୃତଯଜ୍ଞ , ରକ୍ତଦାନ ଶିବିର , ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍କୀର୍ତ୍ତନ ବୈଠକୀ ଆଦି ସନ୍ନିବେଶିତ ହେବ । ଏ ଅବସରରେ ଆଜି ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ପୂର୍ବ ବୈଠକର ସମୀକ୍ଷା କରାଯାଇଥିଲା । ପରେ ଚଳିତ ବର୍ଷ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସରସ ସୁନ୍ଦର କରିବା ପାଇଁ ଉପକମିଟୀ ଗଠନ କରାଯାଇ ଥିଲା । ଭାଗବତ ସପ୍ତାହ ପାଇଁ ବ୍ଯାସ ଭାବରେ ସୁଧୀର କୁମାର ପୁରୋହିତଙ୍କୁ ଚୟନ କରାଯାଇଥିଲା । ସଂକୀର୍ତ୍ତନ ଦାୟୀତ୍ବ କୋଟସମଲାଇ ବାହାରିପଡା , ଗଡଭିତର ,ଗୋଳାବନ୍ଧ , ସୁନାପାଲି , ରେଡମ୍ , ଖୁଣ୍ଟୁଲାପାଲି ଓ କାଇଁଶପାଣି ଗ୍ରାମକୁ ପ୍ରଦାନ କରାଗଲା । ପୂର୍ଣ୍ଣାହୁତି ତା. ୨୬.୦୧.୨୬ ରେ ପଣ୍ଡକିଟାଲ ଓ ପପଙ୍ଗା ମଧ୍ଯରେ ସଂକୀର୍ତ୍ତନ ବୈଠକୀ ଅନୁଷ୍ଠିତ ହେବ । ଆଜିର ସଭାରେ ଟ୍ରଷ୍ଟ ସଦସ୍ଯ ଜାନକୀରାମ ଦେହୁରୀ, ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡl ,ବିଜୟ କୁମାର ହୋତl , ଫକୀରମୋହନ ପୁରୋହିତ, ନରସିଂହ ପଧାନ , ମନୋରଞ୍ଜନ ପାଢୀ , ପର୍ଶୁରାମ ବାରିକ , ପଞ୍ଚାନନ ମିଶ୍ର , ଶରଦ ଚାନ୍ଦ, ଚିତ୍ତରଞ୍ଜନ ପାଢୀ , କର୍ଣ୍ଣଦାନୀ ଭୋଇ , ଭାଗିରଥି ଚାନ୍ଦ , ସଂଜୟ ମେଣ୍ଡଲି ତଥା ବିଭିନ୍ନ ଗ୍ରାମର ପ୍ରମୁଖ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

