ଉଫୁଳା ପଞ୍ଚାୟତ ରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ବୀରମହାରାଜପୁର : ସ୍ଥାନୀୟ ଉଫୁଳା ଗ୍ରାମଞ୍ଚାୟତ କାର୍ଯ୍ୟାଳୟ ରେ ବୁଧବାର ଏକ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି I ଏଥିରେ ସରପଞ୍ଚ ଉଫୁଲା ଗ୍ରାମ ପଞ୍ଚାୟତ, ଏ ପି ଓ ବୀରମହାରାଜପୁର ବ୍ଲକ୍ ଅମୃତାଂଶୁ ପାତ୍ର ନୋଡାଲ ଅଫିସର ଯୋଗଦେଇ VBG RAM ଜୀ ଆଇନ ୨୦୨୫ ମୂଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ୧ ବେକାର ଭତ୍ତା ଅଧିକାର,୨ ସମୟ ସୀମା ମଧ୍ୟରେ ମଜୁରୀ ପ୍ରଦାନ, ଗ୍ରାମ ସ୍ତରରେ ଯୋଜନା କରିବାରେ ସ୍ୱାୟତ୍ତ, ପ୍ରମୁଖ ବର୍ଗର କାର୍ଯ୍ଯ ବିଭଗ ଗୁଡ଼ିକ ସମନ୍ୱୟ ଓ ସ୍ବଚ୍ଛତା , କୃଷି ଶ୍ରମ ସମନ୍ୱୟ ସମ୍ପର୍କରେ ଉପସ୍ଥିତ ପଞ୍ଚାୟତ ବ।ସୀ , GpLF ସଭ୍ୟ। ଙ୍କୁ ବୁଝାଇଥିଲେ। ନୂତନ ଭାବେ ଯୋଗ ଦେଇଥିବା ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ କ।ର୍ତିକେଶ୍ଵର ଶତପଥୀ NREGA କାମ ସଂପୂର୍ଣ୍ଣ ସୁରକ୍ଷିତ।VBG ରାମ ଜି ଅଧିକ ସୁଯୋଗ ସୃଷ୍ଟି କରିବ ବୋଲି ମତପ୍ରକାଶ କରିଥିଲେ। ADEO ଅନନ୍ତର ରାମ ପୁଝାରୀ ଧନ୍ୟ ବାଦ ପ୍ରଦାନ କରିଥିଲେ। ସଂସଦ ଦ୍ୱାରା ପାସ ହୋଇଥିବା ବିଲ ଲୋକାଭିମୁଖୀ ଉଦ୍ଦେଶ୍ୟରେ ଅନୁଷ୍ଠିତ ଗ୍ରାମସଭା ସଭ୍ୟ ସଭ୍ୟା ନିଯୁକ୍ତି ର ଗ୍ୟାରେଣ୍ଟି ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି ଜାଣି ଖୁସି ବ୍ୟକ୍ତ କରିଥିଲେ।

