୪୮କେଜି ଗଞ୍ଜେଇ ଜବତ ଜଣେ ଗିରଫ l
        ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଚାନ୍ଦପୁର ଗାଁରେ ଦୀର୍ଘ ଦିନ ଧରି ବେଆଇନ ଭାବେ  ଗଞ୍ଜେଇ ବିକ୍ରି ଓ ଚୋରା ଚାଲାଣ କରୁଥିବା ଅଭିଯୋଗରେ  ଜଣେ ବ୍ୟକ୍ତିଙ୍କୁ ଗୋଳନ୍ଥରା ପୋଲିସ  ଗିରଫ କରିବା ସହ ତାଙ୍କ ଠାରୁ ୪୮କେଜି୫୫0ଗ୍ରାମ ଗଞ୍ଜେଇ ଜବତ କରିଥିବା ଥାନାଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି l
 ଗିରଫ ଯୁବକ ଜଣଙ୍କ ହେଲେ ଉକ୍ତ ଗାଁର ଡି. ଦୁର୍ଯ୍ୟୋଧନ ବୋଲି ଜଣାପଡିଛି l
ପ୍ରାପ୍ତ  ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଚାନ୍ଦପୁର ଗ୍ରାମର ଡି. ଦୁର୍ଯ୍ୟୋଧନ ଗତ ପାଞ୍ଚ ବର୍ଷ ହେବ ଗାଁରେ  ଚୋରା ଗଞ୍ଜେଇ ବେପାର କରିବା ସହ ଘରେ ରଖି ବିକ୍ରି କରିବା ଏବଂ  ବାହାରକୁ ଚାଲାଣ କରି ବ୍ୟବସାୟ କରୁଥିଲେ  l  ମଙ୍ଗଳବାର ବିଳମ୍ବିତ ରାତିରେ  ଏକବିଶ୍ୱସ୍ତ  ସୂତ୍ରରୁ ଖବର ପାଇ ଥାନା ଅଧିକାରୀ  ମହନ୍ତ ଓ ଅନ୍ୟ ପୋଲିସ ଅଧିକାରୀ ଦୁର୍ଯ୍ୟୋଧନ ଘରେ ଚଡାଉ କରିଥିଲେ l ସେଠାରୁ ୪୮ କେଜି ୫୫୦ ଗ୍ରାମ  ଗଞ୍ଜେଇ ଜବତ କରିବା ସହ ଦୁର୍ଯ୍ୟୋଧନକୁ  କାବୁ କରିଥିଲେ l ଏ ନେଇ ଥାନା କେଶ ୨୪୨/୨୩ ପ୍ରକାରେ ପୋଲିସ ମାମଲା ରୁଜୁ କରିଛି l ଦୁର୍ଯ୍ୟୋଧନକୁ  ଥାନା ରେ ପୋଲିସ ଅଟକ ରଖି  ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ପଚରା ଉଚରା କରୁଥିବା ବେଳେ ଆସନ୍ତା କାଲି ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି l

                        