ମାଟି କାନ୍ଥ ପଡି ରୁଗୁଡ଼ିପାଲି ଗ୍ରାମ ଏକ ଯୁବକ ର ମୃତ୍ୟୁ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀ ଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ରୁଗୁଡ଼ିପାଲି ଗ୍ରାମର ଶଶାଙ୍କ ଶେଖର ମିଶ୍ର(୪୫) ବୋଲି ଜଣା ପଡିଛି। ଗତ ରାତିରେ ସେ ପରିସ୍ରା ପାଇଁ ଯାଇଥିବା ବେଳେ ତାଙ୍କ ଧାନ ମିଲ ଘରର ପୁରୁଣା କାନ୍ଥ ତାଙ୍କ ଉପରେ ଭୁଷୁଡି ପଡ଼ିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୀରମହାରାଜପୁର ଓ ପରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ସୋନପୁର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। । ଶଶାଙ୍କଶେଖର ମିଶ୍ର ଜଣେ ବ୍ୟବସାୟୀ ଭାବରେ ସେ ପରିଚିତ ଥିଲେ। ସେ ଏହା ସହିତ ଧାନ ଓ କପା ଚାଷ ମଧ୍ୟ କରିଥିଲେ। ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି। ସେ ଜଣେ ମେଳାପି ଯୁବକ ଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି।

