29 ତମ ସର୍ବ ଭାରତୀୟ ତୁତୁର ପଙ୍କ କ୍ରିକେଟ କପ : ପ୍ରୟାଗ ରାଜ କୁ ହରାଇ ସୋନପୁର ଫାଇନାଲ ରେ ପ୍ରବେଶ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଗ୍ରାଉଣ୍ଡ ଜେଜେଏସସି ଆନୁକୂଲ୍ୟରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ପ୍ରଥମ ସେମି ଫାଇନାଲରେ ଏନଏନଏସ ପ୍ରୟାଗରାଜ କୁ ହରାଇ ଏସଡିସିଏ ସୋନପୁର ଫାଇନାଲ ରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚ୍ ଟି ଟି -୨୦, ଟି -୧୦ ଓ ସୁପର ଓଭର ବିଶିଷ୍ଟ ଫର୍ମାଟ ରେ ହୋଇଥିଲା। ପ୍ରୟାଗରାଜ ଦଳ ଟସ୍ ଜିଣି ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ୧୭.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୯ ରନ କରିଥିଲା। ଦଳର ଆଶିଷ ରତ୍ନମ ୫୬ ରନ ଓ ଦୀପଙ୍କର ସିଂ ୨୫ ରନ କରିଥିଲେ । ବିପକ୍ଷ ସୋନପୁର ର ପୁରୁଷୋତ୍ତମ ପାତ୍ର ୩ ଟି ଏବଂ କେ. ଜି.କ୍ରିଷ୍ଣା , ଶୁଭମ ବିଷ୍ଟ ଓ ଆବ୍ରାରଉଲ ହକ୍ ପ୍ରତ୍ୟେକ ୨ଟି ଲେଖାଁଏ ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ୧୭.୧ ଓଭର ରେ ସମସ୍ତ ଉଇକେଟ ହରାଇ ୧୦୭ ରନ କରିଥିଲା। ଦଳର ଦୀପକ ପରିଡ଼ା ୩୯ ରନ କରିଥିବା ବେଳେ ବିପକ୍ଷ ପ୍ରୟାଗରାଜ ର ଏମଡି ଉମର ୪ ଟି ଓ ଅଖିଳେଶ ଯାଦବ ୩ ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ପ୍ରୟାଗରାଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଟି ଉଇକେଟ ହରାଇ ୯୮ ରନ କରିଥିଲା। ଦଳର ଶୁଭମ ଶୁକ୍ଳା ୬୪ ରନ କରିଥିଲେ। ବିପକ୍ଷ ସୋନପୁର ର କେଜି କ୍ରିଷ୍ଣା ୨ ଟି ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ୯.୩ ଓଭର ରେ ୬ ଉଇକେଟ ହରାଇ ଆବଶ୍ୟକୀୟ ୯୯ ରନ କରିଥିଲା। ଦଳର ଅଭିଳାଷ ନାଏକ ୪୬ ରନ କରିଥିଲେ। ବିପକ୍ଷ କ୍ରିଷ୍ଣା ସରୋଜ, ଏମ ଡି ଉମର ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଉଭୟ ଦଳ ଗୋଟିଏ ଲେଖାଁଏ ଫର୍ମାଟ ରେ ବିଜୟୀ ହେବାରୁ ସୁପର ଓଭର ଖେଳା ଯାଇଥିଲା। ଏଥିରେ ସୋନପୁର ଦଳ ୧୨ ରନ କରିଥିବା ବେଳେ ପ୍ରୟାଗରାଜ ୮ ରନ କରି ପରାସ୍ତ ହୋଇଥିଲା। ଫଳରେ ସୋନପୁର ଦଳ ପ୍ରଥମ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଛି। ପୀତାମ୍ବର ସାହୁଙ୍କୁ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ଜିଲ୍ଲା କ୍ରିକେଟ ସଂଘର ସଭାପତି ରାମ ଶଙ୍କର ସାହୁ , ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ଦିନେଶ ମିଶ୍ର ଓ ଜିଲ୍ଲା କ୍ରିକେଟ ସଂଘର ଉପସଭାପତି ବି.ସତ୍ୟନାରାୟଣ ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୋନପୁର ର ଅଭିଳାଷ ନାଏକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ , ପ୍ରୟାଗରାଜର ଆଶିଷ ରତ୍ନମ ଙ୍କୁ ଦ୍ରୁତତମ ଅର୍ଦ୍ଧଶତକ ପାଇଁ ପୁରସ୍କୃତ କରାଯାଇଥିଲା। ସକାଳୁ ପ୍ରୟାସ ସଂଗଠନ ର ସଭାପତି ରାଧେଶ୍ୟାମ ମିଶ୍ର ଓ ଶିକ୍ଷକ ସୁରେନ୍ଦ୍ର ଭୋଇ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ କୁ ଶୁଭାରମ୍ଭ କରିଥିଲେ। ମ୍ୟାଚଟିକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ଡି. ରଜନୀକାନ୍ତ ରେଡ୍ଡୀ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଚାମରୁ ମହାକୁର ଅନ୍ ଲାଇନ ସ୍କୋରିଙ୍ଗ ଏବଂ ମ୍ୟାକ ମିଲନ ମହାକୁର , ପ୍ରାଣବନ୍ଧୁ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଗୁରୁବାର ପୁଲ – ବି ର ପ୍ରଥମ ମ୍ୟାଚ୍ ବାଙ୍ଗାଲୋର ସିଟି ଏକାଦଶ କର୍ଣ୍ଣାଟକ ଓ ବକରୋ ଚ୍ୟାଲେଞ୍ଜର ଝାଡ଼ଖଣ୍ଡ ମଧ୍ୟରେ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ।

