Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସପ୍ତମ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତ ବାବୁପାଲି ଠାରେ ସପ୍ତମ ମାଁ ନାରାୟଣୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ଖେଳ ମ୍ୟାଚ କେନ୍ଦୁପାଲି ଏବଂ ଅଚଣ୍ଡା ମଧ୍ୟରେ ହୋଇଥିଲା l ୮ଓଭର ରେ ଅଚଣ୍ଡା ୬୬ ରନ ସଂଗ୍ରହ କରିଥିଲା l ଜବାବ ରେ କେନ୍ଦୁପାଲି ୬ ଓଭର ଖେଳି ୭୧ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ l ଉକ୍ତ ଫାଇନାଲ ଖେଳରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚମ୍ପିୟାନ କେନ୍ଦୁପାଲି ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ରନର୍ସଅପ ଅଚଣ୍ଡା ଦଳକୁ ସମ୍ମାନିତ ଅତିଥି ଭାବରେଯୋଗଦେଇ ଶୁଭମ ପ୍ରିତମ ହୋତା (ବିକି) ଟ୍ରଫି ପ୍ରଦାନ କରିଥିଲେ l ଆୟୋଜକ ପ୍ରକାଶ କୁମାର ପଧାନ ରହିଥିବାବେଳେ, ଓମ୍ପିଆର ଭାବରେ ଅଗସ୍ତି ପଧାନ, ରାଜା କର୍ଣ୍ଣ ପରିଚାଳନା କରିଥିଲେ l ଟୁର୍ଣ୍ଣାମେଣ୍ଟ ର ଧରାବିବରଣୀ ଧୂମକେତୁ ମେହେର ପ୍ରଦାନ କରିଥିଲେ l ଉକ୍ତ ଟୁର୍ନାମେଣ୍ଟ ରେ ମିଥୁନ ପଧାନ, ସିଲୁ ପଧାନ, ଅବିନାଶ ଥନାପତି (ଶୀତୁ) ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ