ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘ ର ଏକ ଜରୁରୀ ବୈଠକ ମୈତ୍ରୀ ସଦନ ରେ ଅନୁଷ୍ଠିତ
ବୀରମହାରାଜପୁର : ଉପଖଣ୍ଡ ସାମ୍ୱାଦିକ ସଂଘ ବୀରମହାରାଜପୁର ର ଏକ ଜରୁରୀ ବୈଠକ ଆଜି ସ୍ଥାନୀୟ ମୈତ୍ରୀ ସଦନ ଠାରେ ସଂଘ ର ସଭାପତି ସ୍ଵୟଂଭୂ ନାଥ ଖଣ୍ଡଗିରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ।ସଂଘର ଉନ୍ନତି ପାଇଁ ସଭ୍ୟମାନେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସହ ସଂପଦକ ଯୁଗଳ କିଶୋର ମିଶ୍ର ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ବାସୁ ଦେବ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ନନ୍ଦକିଶୋର ମିଶ୍ର , ଆଦିତ୍ୟ ପ୍ରସାଦ ମିଶ୍ର , ସୌମିତ୍ରି ମେହେର , ଅଜିତ କୁମାର ପାଣିଗ୍ରାହୀ , କିଶୋର ହୋତା , ବିଭୂତି ହୋତା , ସତ୍ୟବାନ୍ ପୁରୋହିତ , ରବୀନ୍ଦ୍ର ହୋତl , ରାଧାକାନ୍ତ ବାଗ , ଶେଷଦେବ ବାରିକ A, ଶେଷ ଦେବ ବାରିକ B , ସତ୍ୟବ୍ରତ ପ୍ରଧାନ, କାମ୍ପାଳ ସାହୁ, ରାଜେଶ ସେଠୀ , ସୁଧୀର ବିଶ୍ଵାଳ ପ୍ରମୁଖ ଯୋଗଦାନ୍ କରିଥଲେ l

