29 ତମ ସର୍ବ ଭାରତୀୟ ଲୁତୁର ପଙ୍କ କ୍ରିକେଟ କପ : ବାଙ୍ଗାଲୋର ଏକାଦଶ (କର୍ଣାଟକ) ସେମିଫାଇନାଲ ରେ ପ୍ରବେଶ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆରେ ଜେଜେସିସି ଆନୁକୂଲ୍ୟରେ ହେଉଥିବା ୨୯ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଗୁରୁବାର ପଞ୍ଚମ ଦିବସ ରେ ବକାରୋ ଚ୍ୟାଲେଞ୍ଜର ଝାଡ଼ଖଣ୍ଡ କୁ ହରାଇ ବାଙ୍ଗାଲୋର ଏକାଦଶ (କର୍ଣ୍ଣାଟକ) ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଟି-୨୦, ଟି-୧୦ ଓ ସୁପର -୨ ଓଭର ବିଶିଷ୍ଟ ଫର୍ମାଟ ରେ ଖେଳା ଯାଇଥିଲା। ପ୍ରଥମ ଫର୍ମାଟ ରେ ବକାରୋ ଚ୍ୟାଲେଞ୍ଜର ଝାଡଖଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୪ ରନ କରିଥିଲେ। ଦଳର ଜିସାନ ହାସମି ୪୮ ରନ , ଅଖିଳ ଯାଦବ ୨୯ ରନ କରିଥିଲେ। ବିପକ୍ଷ ଓମକାର ମହାନ୍ତି, ରାଗା ଶିବ କୁମାର , ଇନିତ କୁମାର ଓ ନୀତିଶ ୱାଣିକିଆଲା ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ କର୍ଣ୍ଣାଟକ ୧୫.୨ ଓଭର ରେ ସମସ୍ତ ଉଇକେଟ ହରାଇ ୯୬ ରନ କରିଥିଲେ। ଦଳର ବିନୟ ମାସକି ୩୫ ଓ ଅଭିଷେକ ଏସକେ ୨୯ ରନ କରିଥିଲେ। ଝାଡଖଣ୍ଡ ର ଆଶିଷ ଯାଦବ ଓ ପବନ କୁମାର ପ୍ରତ୍ୟେକ ୩ ଟି ଲେଖାଏଁ ଉଇକେଟ ନେଇଥିଲେ। ଟି-୧୦ ଫର୍ମାଟ ରେ ଝାଡ଼ଖଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୬୪ ରନ କରିଥିଲା। ଦଳର ମଙ୍ଗଲମ ଦ୍ବିବେଦୀ ୧୪ ରନ କରିଥିଲେ। ବିପକ୍ଷ କର୍ଣ୍ଣାଟକ ଓମକାର ମହାନ୍ତି, ରୁପକ ସାହୁ ଓ ନୀତିଶ ୱାଣିକିଆଲା ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ କର୍ଣ୍ଣାଟକ ୪.୩ ଓଭର ରେ କୌଣସି ଉଇକେଟେ ନ ହରାଇ ଆବଶ୍ୟକୀୟ ୬୫ ରନ କରିଥିଲା। ଦଳର ଅଭିଷେକ ଏସକେ ୧୫ ଟି ବଲ ରୁ ୪୦ ରନ କରିଥିଲେ। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର -୨ ଖେଳାଯାଇଥିଲା । ଏଥିରେ ବାକରୋ ଚ୍ୟାଲେଞ୍ଜର ଝାଡ଼ଖଣ୍ଡ ୭ ରନ କରିଥିବା ବେଳେ କର୍ଣ୍ଣାଟକ ୮ ରନ କରି ବିଜୟୀ ହୋଇଥିଲା। ଫଳରେ କର୍ଣ୍ଣାଟକ ପୁଲ – ବି ରୁ ପ୍ରଥମ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି। ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରଜ ସାହୁ ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ,ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, ବ୍ୟବସାୟୀ କୁଶ କୁମାର ସାହୁ , ସଞ୍ଜୟ ବଡ଼ପଣ୍ଡା , ଆକାଶ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସର ରେ ଓଡ଼ିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ହୋଇଥିବା ଶାଶ୍ଵତ ସୌମ୍ୟକାନ୍ତ ସାହୁ ଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ କର୍ଣ୍ଣାଟକ ର ଅଭିଷେକ ଏସ କେ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ମ୍ୟାଚ୍ କୁ ଓସିଏ ମାନ୍ୟତାପ୍ରାପ୍ତ ଆମ୍ପାୟାର ବିଶ୍ୱଜିତ ପୁରୋହିତ ଓ ପୃଥ୍ୱୀରାଜ ମିଶ୍ର ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଚମାରୁ ମହାକୁର ଅନଲାଇନ ସ୍କୋରିଙ୍ଗ ଏବଂ ମ୍ୟାକ ମିଲନ ମହାକୁର ଓ ଆଶିଷ ଦେଓ ଧାରାବିବରଣୀ ପ୍ରଦାନ କରିଥିଲେ। ଶୁକ୍ରବାର ଦିନ କ୍ୟୁସିଆ ଛତିଶଗଡ଼ ଓ ବିରାଟ କ୍ରିକେଟ ଏକାଡେମି କୋଲକତା (ୱେଷ୍ଟ ବେଙ୍ଗଲ ) ମଧ୍ୟରେ ହେବ ବୋଲି ଆୟୋଜକ ଉପସଭାପତି ଟୁଟୁ ମହାକୁର ପ୍ରକାଶ କରିଛନ୍ତି।

