Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠାରୁ ମହଙ୍ଗା ହେଲା ଟ୍ରେନ ଯାତ୍ରା ,୨୧୬ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ଲାଗୁ ହେବ ଏହି ବର୍ଦ୍ଧିତ ଭଡା

ନୂଆଦିଲ୍ଲୀ,୨୬।୧୨: ଆଜିଠାରୁ ମହଙ୍ଗା ହେଲା ଟ୍ରେନ ଭଡା | ଏଣିକି ଟ୍ରେନରେ ଯିବାକୁ ହେଲେ ଗଣିବାକୁ ପଡିବ ଅଧିକ ଟଙ୍କା | ଏନେଇ ରେଳ ମନ୍ତ୍ରଣାଳୟ ବିଜ୍ଞପ୍ତି ଘୋଷଣା କରିଛି | ଯେଉଁଥିରେ ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ସାଧାରଣ ଶ୍ରେଣୀ ଟିକେଟର ମୂଲ୍ୟ ପ୍ରତି କିଲୋମିଟର ପାଇଁ ଏକ ପଇସା ଥିବାବେଳେ ସମସ୍ତ ଏକ୍ସପ୍ରେସ ଟ୍ରେନ ଏବଂ ଏୟାରକଣ୍ଡିସନଡ୍ (ଏସି) ଶ୍ରେଣୀର ଅଣ-ଏସି ଟିକେଟର ମୂଲ୍ୟ ପ୍ରତି କିଲୋମିଟରରେ ଦୁଇ ପଇସା ବୃଦ୍ଧି ହୋଇଛି ବୋଲି ସୂଚନା ରହିଛି | ତେବେ ରେଳ ଭଡ଼ା ବୃଦ୍ଧି କାରଣରୁ ଲକ୍ଷ ଲକ୍ଷ ଯାତ୍ରୀ ପ୍ରଭାବିତ ହେବେ ଯେଉଁମାନେ ଦୂର ଯାତ୍ରା ପାଇଁ ଟ୍ରେନ ଉପରେ ନିର୍ଭର କରି ଆସୁଥିଲେ।

ତେବେ ଗତ ଡିସେମ୍ବର ୨୧ରେ, ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲାଯେ, ଡିସେମ୍ବର ୨୬ ଠାରୁ ଯାତ୍ରୀ ଭଡା ବୃଦ୍ଧି କରାଯିବ। ​​ଏହି ଘୋଷଣା ୨୦୨୫ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ଯେବେ ରେଳ ବିଭାଗ ଯାତ୍ରୀବାହୀ ଟ୍ରେନ ଭଡାରେ ପରିବର୍ତ୍ତନ କରିଛି । ଏହା ପୂର୍ବରୁ ଜୁଲାଇରେ ରେଳ ଭଡାରେ ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ ଜୁଲାଇ ମାସରେ ରେଳ ଭଡ଼ା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ବର୍ଦ୍ଧିତ ଭଡ଼ାରୁ ରେଳବାଇକୁ ପ୍ରାୟ ୬୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି । ସବ୍-ଅର୍ବାନ୍ ସେବା ଓ ମାସିକ ଟିକଟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ମନ୍ତ୍ରଣାଳୟ କହିଛି ଯେ, ଏହି ଯାତ୍ରୀବାହୀ ଟ୍ରେନ ଭଡାକୁ ସଂଶୋଧନ କରିବାର ଉଦ୍ଦେଶ୍ୟ ହେଉଛିଯେ, ଯାତ୍ରୀମାନଙ୍କ ପାଇଁ ଟିକେଟ ସ୍ଥାୟୀତ୍ୱ ଏବଂ ପରିଚାଳନାଗତ ମଧ୍ୟରେ ସନ୍ତୁଳନ ରକ୍ଷା କରିବା। ଏଥିରେ ଉପନଗରୀୟ ଏବଂ ଅଣ-ଉପନଗରୀୟ ରୁଟ୍ ଉଭୟ ଅନ୍ତର୍ଭୁକ୍ତ। ସାଧାରଣ ନନ୍-ଏସି (ଅଣ-ଉପନଗରୀୟ) ସେବା ପାଇଁ, ଦ୍ୱିତୀୟ ଶ୍ରେଣୀ ସାଧାରଣ, ସ୍ଲିପର୍ ଶ୍ରେଣୀ ସାଧାରଣ ଏବଂ ପ୍ରଥମ ଶ୍ରେଣୀ ସାଧାରଣରେ ଭଡାକୁ ଗ୍ରେଡେଡ୍ ଉପାୟରେ ଯୁକ୍ତିଯୁକ୍ତ କରାଯାଇଛି ।

ଏହି ସଂଶୋଧନ ବ୍ୟବସ୍ଥା ଅନୁସାରେ, ସାଧାରଣ ବର୍ଗରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡ଼ିବନାହିଁ। କିନ୍ତୁ ୨୧୬ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ଏହି ଭଡ଼ା ନିୟମ ଲାଗୁ ହେବ ବୋଲି ସୂଚନା ରହିଛି |

ବିଜ୍ଞପ୍ତିରେ ଦର୍ଶାଯାଇଛିଯେ, ଏହି ବର୍ଦ୍ଧିତ ଭଡ଼ା କେବଳ ଆଜିଠାରୁ କିମ୍ବା ତା’ପରେ ବୁକ୍ ହୋଇଥିବା ଟିକେଟ୍ ପାଇଁ ଲାଗୁ କରାଯିବ | ତେବେ ଡିସେମ୍ବର ୨୬ ପୂର୍ବରୁ ବୁକ୍ ହୋଇଥିବା କୌଣସି ଟିକେଟ୍ ପାଇଁ ଶୁଳ୍କ ଲାଗୁ କରାଯିବ ନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ