ମହିଳା ଯାତ୍ରୀଙ୍କ ଚିନ୍ତା ହେବ ଦୂର! ଏଣିକି ଓଲା,ଉବର ଆପ୍ରେ ଯାତ୍ରା ପାଇଁ ବାଛିପାରିବେ ଫିମେଲ୍ ଡ୍ରାଇଭର
ନୂଆଦିଲ୍ଲୀ,୨୬|୧୨: ଏଣିକି ଘରୋଇ କମ୍ପାନୀ ଓଲା, ଉବର ଆପ୍ରେ ରହିବ ଜେଣ୍ଡର ଚଏସ୍ ବିକଳ୍ପ। କ୍ୟାବ୍ ରାଇଡ୍ ବୁକ୍ କରିବା ସମୟରେ ଫିମେଲ୍ ଡ୍ରାଇଭରକୁ ବାଛିପାରିବେ ମହିଳା। ମହିଳା ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତି ହୋଇଛି| ଟ୍ରିପ୍ ଶେଷ ହେବା ପରେ ଡ୍ରାଇଭରଙ୍କୁ ସିଧାସଳଖ ଟିପ୍ ଦେଇପାରିବେ ଯାତ୍ରୀ। କ୍ୟାବ ଡ୍ରାଇଭରଙ୍କୁ ମିଳିବ ଏହି ଟିପ୍ର ସମ୍ପୂର୍ଣ୍ଣ ଟଙ୍କା। ସରକାର ମୋଟର ଯାନ ଏଗ୍ରିଗେଟର୍ସ ଗାଇଡ୍ଲାଇନ୍ସ ୨୦୨୫ରେ ପରିବର୍ତ୍ତନ ଆଣିଛନ୍ତି | ଏହାକୁ ସମସ୍ତ ରାଜ୍ୟରେ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି |
ଓଲା, ଉବର ଏବଂ ରାପିଡୋ ଭଳି ବିଭିନ୍ନ ଘରୋଇ କମ୍ପାନୀ ଆପ୍ ଗୁଡିକରେ ଖୁବ୍ଶୀଘ୍ର ଜେଣ୍ଡର ଚାଳକ ଚୟନ କରିବାର ବିକଳ୍ପକୁ ଅନ୍ତର୍ଭୁକ୍ତ କରାଯିବ | ପୂର୍ବରୁ ସେ ସୁବିଧା ରହିନଥିଲା | ଖାସ କରି ମହିଳା ଯାତ୍ରୀ ମାନେ ଯାତ୍ରା ସମୟରେ ନିଜର ସୁରକ୍ଷାକୁ ନେଇ ଚିନ୍ତାରେ ରହିଥିଲେ | ଏବେ ସେ ସବୁ ସମସ୍ୟା ଦୂର ହେବ | ବିଶେଷକରି ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ଫିମେଲ୍ ଡ୍ରାଇଭର ଚୟନ କରିବାର ସୁବିଧା ରହିବ । ୨୦୨୫ ଜୁଲାଇରେ ଯେବେ ମୋଟର ଯାନ ଏଗ୍ରିଗେଟର୍ସଙ୍କ ମାନଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କରାଯାଇଥିଲା, ଏହାକୁ ଲାଗୁ କରିବାକୁ ରାଜ୍ୟଗୁଡ଼ିକୁ ୩ ମାସର ସମୟସୀମା ଦିଆଯାଇଥିଲା । ତେବେ ମହିଳା ଡ୍ରାଇଭର ଆଇନର କୌଣସି ଧାର୍ଯ୍ୟ ଟାଇମ୍ଲାଇନ୍ ଦିଆଯାଇନାହିଁ । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଗାଇଡ୍ଲାଇନ୍ ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାର ପରିବର୍ତ୍ତନ ନିୟମକୁ ନିଜ ହିସାବରେ ଲାଇସେନ୍ସିଂ ପ୍ରକ୍ରିୟାରେ ସାମିଲ କରିବେ । କେବେ ଏହା ଲାଗୁ ହେବ, ତାହାକୁ ନେଇ କୌଣସି ସ୍ପଷ୍ଟ ତାରିଖ ପ୍ରକାଶ ପାଇଁ ନାହିଁ | ତେବେ କମ୍ପାନୀ ମାନଙ୍କୁ ନିଜର ଆପ୍ ଅପ୍ଡେଟ୍ କରିବାକୁ ପଡ଼ିବ, ଯାହାଦ୍ୱାରା ସେମାନେ କ୍ଲଜ୍ ୧୫.୬ ଅଧୀନରେ ଥିବା ସମାନ ଜେଣ୍ଡର୍ର ଚାଳକ ଚୟନ ବିକଳ୍ପକୁ ଯୋଡ଼ିବେ।
ଶିଳ୍ପ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହାକୁ ଲାଗୁ କରିବା ଆହ୍ୱାନମୂଳକ ରହିବ। କ୍ୟାବ୍ ଆଗ୍ରିଗେଟର ପ୍ଲାଟ୍ଫର୍ମଗୁଡ଼ିକ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି ଯେ, ଏବେ ସମଗ୍ର ଦେଶରେ ମୋଟ କ୍ୟାବ୍ ଡ୍ରାଇଭରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ବହୁତ କମ ରହିଛି | ଏଭଳି ସ୍ଥିତିରେ ସମାନ ଲିଙ୍ଗ ଡ୍ରାଇଭର ଚୟନ କରିବାର ପଦକ୍ଷେପ ବାସ୍ତବତାରେ ପରିଣତ ହେବ ତାହା ଲାଗୁ ନାହିଁ । ମହିଳା ଚାଳକଙ୍କ ଅଭାବ ଯୋଗୁ ବୁକିଂ ସମୟରେ ୱେଟିଂ ଟାଇମ୍ ଅଧିକ ହେବ | ଯାହା ଫଳରେ ଅଧିକ ସମସ୍ୟା ଦେଖାଦେବ |

