Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବିଜୁ ଜନତା ଦଳ ପକ୍ଷରୁ 29 ତମ ପ୍ରତିଷ୍ଠା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ସକାଳ ୯ଘଣ୍ଟା ସମୟରେ ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ବୀରମହାରାଜପୁର ବ୍ଲକ ସମ୍ମୁଖରୁ ବିଜେଡି କର୍ମୀ ମାନେ ଶୋଭାଯାତ୍ରା ବାହାରି ବୀରମହାରାଜପୁର ବସଷ୍ଟାଣ୍ଡ କୁ ଯାଇଥିଲେ l ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ସ୍ଲୋଗାନ ପ୍ରଦାନ କରିଥିଲେ l ବୀରମହାରାଜପୁର ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା ଙ୍କ ନେତୃତ୍ୱ ରେ ବିଜେଡି ଜିଲ୍ଲା ଉପସଭାପତି କିଶୋର ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର , ଧୀରେନ୍ଦ୍ର ନାରାୟଣ ପଣ୍ଡା, ସୁରୁ ନାରାୟଣ ମହାକୁର, ଲକ୍ଷ୍ମୀ ନାରାୟଣ ପୁରୋହିତ, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ଲଳିତ ପାତ୍ର, ମଧୁସୂଦନ ପଣ୍ଡା, ଶ୍ରୀକାନ୍ତ କର୍ମୀ, ପୃଥ୍ୱୀରାଜ ମହାକୁର , ହର ବେହେରା ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦାନ କରିଥିଲେ l ପରେ ସମସ୍ତ କର୍ମୀ ଏକ ଶୋଭାଯାତ୍ରା ରେ ସୁବର୍ଣ୍ଣପୁର ଅଭିମୁଖେ ବାହାରି ଥିବାର ଜଣାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ