Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

29 ତମ ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ : କଲିକତା କୁ ହରାଇ ଛତ୍ତିଶଗଡ଼ ସେମି ଫାଇନାଲ ରେ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆରେ ହେଉଥିବା ୨୯ ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଶୁକ୍ରବାର ମ୍ୟାଚ୍ ରେ ବିରାଟ କ୍ରିକେଟ ଏକାଡେମି କୋଲକତା କୁ ହରାଇ କ୍ୟୁସିଆଇ ଛତିଶଗଡ଼ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ପ୍ରାରମ୍ଭରେ ବହଳପଦର ସରପଞ୍ଚ ନିରୁପମା ସେଠୀ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ କୁ ଉଦଘାଟନ କରିଥିଲେ। ଟି -୨୦ ଓ ଟି-୧୦ ଫର୍ମାଟ ରେ ଖେଳାଯାଇଥିବା ମ୍ୟାଚ୍ ରେ ଛତିଶଗଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଫର୍ମାଟ ରେ ନିର୍ଦ୍ଧାରିତ ୨୦ ଓଭର ରେ ୪ ଉଇକେଟ ହରାଇ ୨୪୬ ରନ କରିଥିଲା। ଦଳର କ୍ରିତେଶ ସାହୁ ୫୮ ଟି ବଲ ରେ ୧୨୯ ରନ ଓ କାହ୍ନା କୁମାର ୫୭ ରନ କରିଥିଲେ। କଲିକତା ର ଅନନ୍ତ ଯାଦବ ୨ ଟି ଉଇକେଟ ନେଇଥିଲେ। ଜବାବରେ କଲିକତା ଦଳ ୧୮.୨ ଓଭର ରେ ସମସ୍ତ ଉଇକେଟ ହରାଇ ୨୧୭ ରନ କରିଥିଲା। ଦଳର ଆଦିତ୍ୟ ସିଂ ୧୮ ବଲ ରୁ ୫୫ ରନ ଓ ବୈଭବ ଚୌଧୁରୀ ୨୦ ବଲ ରୁ ୪୯ ରନ କରିଥିଲେ। ଛତିଶଗଡ଼ ର ପରମେଶ୍ବର କରଙ୍ଗା, ସନ୍ନି ତିୱାରୀ, ଶିଭମ ତିୱାରୀ ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଟି -୧୦ ଫର୍ମାଟ ରେ ଛତିଶଗଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୧୩୨ ରନ କରିଥିଲା। ଦଳର ସନ୍ନି ତିୱାରୀ ୩୭ ରନ ଓ କ୍ରିତେଶ ସାହୁ ୨୯ ରନ କରିଥିବା ବେଳେ କଲିକତା ର ସୁରଜ ମିସ୍ତ୍ରୀ ୩ ଟି ଉଇକେଟ ନେଇଥିଲେ। ଜବାବରେ କୋଲକତା ଦଳ ୬.୫ ଓଭର ରେ ସମସ୍ତ ଉଇକେଟ ହରାଇଆଁ୬୫ ରନ କରିଥିଲା। ଦଳର ଅମିତ ବାଲିଆନ ୨୧ ରନ କରିଥିବା ବେଳେ ବିପକ୍ଷ ହମିଦ ରାଜା ୪ ଟି ଉଇକେଟ ନେଇଥିଲେ। ଉଭୟ ଫର୍ମାଟ ରେ ବିଜୟୀ ହୋଇ ଛତିଶଗଡ ୨-୦ ରେ ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସୋନପୁର ରାଜ କଲେଜର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ .ସୌରଭ ରଞ୍ଜନ ଖମାରୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ, ବୀରମହାରାଜପୁର ରେଞ୍ଜ ଅଧିକାରୀ ପ୍ରସନ୍ନ ନାୟକ, ବିଦ୍ୟୁତ ବିଭାଗୀୟ ଏସଡିଓ ସୋମନାଥ ସେଠ୍, ସୁବଳୟା କ୍ଲଷ୍ଟର ର ସିଆରସିସି ମୋନାଲିସା ସର୍ବଦା, ପ୍ରଧାନ ଶିକ୍ଷକ ହୃଷୀକେଶ ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଛତିଶଗଡ ର କ୍ରିତେଶ ସାହୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ମଧ୍ୟାନ୍ତର ରେ ବୀରମହାରାଜପୁର ବିଡିଓ ରାଜୀବ ହାଁସଦା ଓ ଏବିଡିଓ ପୁରୁଷୋତ୍ତମ ଧରୁଅ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବାର୍ତ୍ତା ପ୍ରଦାନ କରିଥିଲେ। ମ୍ୟାଚ କୁ ଓସିଏ ମାନ୍ୟତା ପ୍ରାପ୍ତ ଆମ୍ପାୟାର ବିଶ୍ୱଜିତ ପୁରୋହିତ ଓ ପୃଥ୍ବୀରାଜ ମିଶ୍ର ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ , ଚମାରୁ ମହାକୁର ଅନଲାଇନ ଏବଂ ଆଶିଷ ଦେଓ, ମ୍ୟାକ ମିଲନ ମହାକୁର, ମାନସ ନନ୍ଦ,ପ୍ରାଣବନ୍ଧୁ ସାହୁ ଓ ପୀତାମ୍ୱର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଶନିବାର ଦିନ ଛତିଶଗଡ ଓ ବାଙ୍ଗାଲୋର ଏକାଦଶ କର୍ଣ୍ଣାଟକ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ