Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

29 ତମ ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ : କର୍ଣାଟକ କୁ ହରାଇ ଛତିଶଗଡ ଫାଇନାଲ ରେ ପ୍ରବେଶ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆରେ ହେଉଥିବା ୨୯ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଶନିବାର ସେମିଫାଇନାଲ ମ୍ୟାଚ ରେ ବାଙ୍ଗାଲୋର ସିଟି ଏକାଦଶ କର୍ଣ୍ଣାଟକ କୁ ହରାଇ କ୍ୟୁସିଆଇ ଛତିଶଗଡ଼ ଫାଇନାଲ ରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚ ଟି ଟି-୨୦ ଓ ଟି-୧୦ ଫର୍ମାଟ ରେ ଖେଳାଯାଇଥିଲା। ଛତିଶଗଡ ଦଳ ଟସ୍ ଜିଣି ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୫ ଉଇକେଟ ହରାଇ ୨୨୪ ରନ କରିଥିଲା। ଦଳର କ୍ରିତେଶ ସାହୁ ୩୨ ବଲ ରୁ ୭୫ ରନ , ହମିଦ ରାଜା ଓ ଆକାଶ ସିଂ ୩୯ ରନ ଲେଖାଏଁ କରିଥିଲେ । ବିପକ୍ଷ ରାଗା ଶିବ ଶଙ୍କର ୨ ଟି ଉଇକେଟ ନେଇଥିଲେ। ଜବାବରେ କର୍ଣ୍ଣାଟକ ୧୮.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୯ ରନ କରିଥିଲ । ଦଳର ବିନୟ ମିସ୍କି ୩୬ ଓ ସନ୍ଦୀପ କୁମାର ୩୪ ରନ କରିଥିଲେ। ବିପକ୍ଷ ବିବେକ କୁମାର ୪ ଟି ଓ ହମିଦ ରାଜା ୨ ଟି ଉଇକେଟ ନେଇଥିଲେ। ଟି -୧୦ ଫର୍ମାଟ ରେ ଛତିଶଗଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୧୩୬ ରନ କରିଥିଲ। ଦଳର ଶଶାଙ୍କ ଚନ୍ଦ୍ରକର ୨୯ ଟି ବଲ ରୁ ୯୧ ରନ କରିଥିଲେ । ବିପକ୍ଷ ବିନୟ କୁମାର ୨ ଟି ଉଇକେଟ ନେଇଥିଲେ। ଜବାବରେ କର୍ଣ୍ଣାଟକ ୮.୫ ଓଭର ରେ ସମସ୍ତ ଉଇକେଟ ହରାଇ ୭୮ ରନ କରିଥିଲା। ଦଳର ବିନୟ ମସ୍କି ୩୦ ଓ ପବନ ପାୱାର ୨୩ ରନ କରିଥିବା ବେଳେ ବିପକ୍ଷ ହମିଦ ରାଜା ଓ ଶନ୍ନୀ ତିୱାରୀ ପ୍ରତ୍ୟେକ ୩ ଟି ଲେଖାଏଁ ଉଇକେଟ ନେଇଥିଲେ। ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ଇଂ.‌ ବବ୍ରୁ ବାହନ ପ୍ରଧାନ,ପୂର୍ବତନ ଭାଜପା ରାଜ୍ୟ ଯୁବ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର, ଶିକ୍ଷାବିତ ଜଗତ ଶିରୋମଣି ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛତିଶଗଡ ର ଶଶାଙ୍କ ଚନ୍ଦ୍ରକର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ ମଧ୍ୟନ୍ତର ରେ ପଞ୍ଚାୟତରାଜ,ପାନୀୟ ଜଳ ଯୋଗାଣ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବୀ ନାରାୟଣ ନାଏକ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ରାଜ୍ୟ ଆଲମ୍ପିକ ସଂଘ ର ଉପସଭାପତି ଦୁଲାଲ ପ୍ରଧାନ,ବ୍ଲକ ଅଧ୍ୟକ୍ଷ ଶାନ୍ତି ଲୁହl , ସରପଞ୍ଚ ସୂର୍ଯ୍ୟ ନନ୍ଦ, ରେଢାଖୋଲ ଜିଲ୍ଲା ପରିଷଦ ସଭ୍ୟା ଶ୍ରାବଣୀ ଭୋଇ , ଭାଜପା ଜିଲ୍ଲା ସଭାପତି ବେଣୁଧର ଦାସ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ଉଷା କୁମାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମ୍ୟାଚଟି କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ପୃଥ୍ବୀରାଜ ମିଶ୍ର ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗି, ଚମାରୁ ମହାକୁର ଅନଲାଇନ ସ୍କୋରିଂ ଏବଂ ତନୁଜରାଜ ସାହୁ,ଆଶିଷ ଦେଓ, ମାନସ ନନ୍ଦ, ମ୍ୟାକମିଲନ ମହାକୁର,ପ୍ରାଣବନ୍ଧୁ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ରବିବାର ଛତିଶଗଡ଼ ଓ ସୋନପୁର ମଧ୍ୟରେ ଫାଇନାଲ ମ୍ୟାଚ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ