Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀର,ନୟାପଲ୍ଲୀରେ ଆତଙ୍କରାଜ! ଘର ସାମ୍ନାରୁ ଉଠାଇନେଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ

ଭୁବନେଶ୍ବର,୨୮|୧୨: ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ରକ୍ତରଂଜିତ ହୋଇଉଠିଛି। ଦିନକୁ ଦିନ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି | ଆଇନଶୃଙ୍ଖଳା ବି କୋହଳ ହେବାରେ ଲାଗିଛି | ରାଜ୍ୟରେ ଆଇନ କାନୁନକୁ କି ପୋଲିସ ପ୍ରଶାସନକୁ ମଧ୍ୟ ଅପରାଧୀ ମାନଙ୍କର ଆଉ ଭୟ ନାହିଁ | ଫଳରେ ଅପରାଧୀମାନଙ୍କର ଆତଙ୍କରାଜ ବଢ଼ିବାରେ ଲାଗିଛି | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଯେଉଁଠି ଅପରାଧୀ ମାନେ ଖୁଲମ ଖୁଲା ଆତଙ୍କ ଖେଳାଇଛନ୍ତି। ସୂଚନା ଅନୁସାରେ ଜଣେ ଯୁବକଙ୍କୁ ଘର ସମ୍ମୁଖରୁ ଉଠାଇ ନେଇ ତାଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି ଦୁର୍ବୁତ୍ତ | ଏବଂ ଶେଷରେ ରାସ୍ତା କଡ଼ରେ ଫୋପାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଖଣ୍ଡାରେ ଆହତ ହୋଇଥିବା ଯୁବକ ହେଉଛନ୍ତି ବବୁଲ ଦାସ | ସେ ନୟାପଲ୍ଲୀ ନୂଆସାହି ଅଞ୍ଚଳର ବାସିନ୍ଦା ଅଟନ୍ତି |

ତେବେ ଗୁରୁତର ଭାବେ ଆହତ ହେବା ପରେ ବବୁଲ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି | ଦୁର୍ବୁତ୍ତ ମାନଙ୍କ ଖଣ୍ଡା ଚୋଟରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ଘଟଣା ଜଣାପଡ଼ିବା ପରେ ନୟାପଲ୍ଲୀରେ ତୀବ୍ର ଉତ୍ତେଜନା ଦେଖାଦେଇଛି | ଅଞ୍ଚଳବାସୀ ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି | ସୂଚନା ମୁତାବକ କୌଣସି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଏକ ବସ୍ତିର କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଘଟଣାରେ ନୟାପଲ୍ଲୀ ଥାନା ପୁଲିସ ଅପରାଧୀମାନଙ୍କୁ ସନ୍ଧାନ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି |

ସୁହାନା ଅନୁସାରେ, ଗତ କଲି ସନ୍ଧ୍ୟାରେ ବବୁଲ ନିଜ ଘର ସମ୍ମୁଖରେ ବୁଲାବୁଲି କରୁଥିଲେ। ଠିକ ସେତକିବେଳେ ଏକ କାର୍ ସେଠାରେ ପହଞ୍ଚିଥିଲା। ଏବଂ କାର୍ ଭିତରୁ ୪କି ୫ଜଣ ଦୁର୍ବୃତ୍ତ ବାହାରି ବବୁଲଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ | ତେବେ ଘଟଣାରେ ବବୁଲ ବିରୋଧ କରିବାକୁ ଚେଷ୍ଟା କରିଥିଲେ | ବବୁଲଙ୍କ ପାଟି ଶୁଣି କିଛି ଆଖ ପାଖ ଅଞ୍ଚଳର ଲୋକେ ଧାଇଁ ଆସିଥିଲେ | କାର ଭିତରୁ ଜଣେ ଦୁର୍ବୃତ୍ତ ଖଣ୍ଡା ବାହାର କରି ଲୋକଙ୍କୁ ଗୋଡ଼ାଇଥିଲା। ଅପରାଧିରର ଏଭଳି ଭୟରେ ଲୋକମାନେ ପଛଘୁଞ୍ଚା ଦେଇଥିଲେ। ଖଣ୍ଡା ଧରିଥିବା ଦୁର୍ବୃତ୍ତ ରାଗରେ ବବୁଲଙ୍କ ପାଖକୁ ଆସି ମୁଣ୍ଡକୁ ଚୋଟ ମାରିଥିଲା। ଯାହା ଫଳରେ ବବୁଲଙ୍କ ମୁଣ୍ଡରୁ ବହୁତ ରକ୍ତ ବହୁଥିଲା | ପରେ ଦୁର୍ବୃତ୍ତମାନେ ତାଙ୍କୁ କାର୍ ଭିତରକୁ ଟେକି ନେଇ ସେଠାରୁ ପଳାଇଥିଲେ। ଲୋକମାନେ ଦେଖୁଥିଲେ ବି କେହି ଭୟରେ କିଛି ବିରୋଧ କରି ପାରୁନଥିଲେ | ତଥାପି କିଛି ଯୁବକ ଦୁର୍ବୃତ୍ତମାନଙ୍କୁ ପିଛା କରିଥିଲେ। ନୂଆସାହିରୁ କିଛି ଦୂର ଯିବା ପରେ ଅପରାଧୀମାନେ ସିବିଆଇ ରୋଡ଼ରେ ବବୁଲଙ୍କୁ ଫୋପାଡ଼ି ଦେଇ ଫେରାର ହୋଇ ଯାଇଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ସେଠାରୁ ବବୁଲଙ୍କୁ ଚେତନାଶୁନ୍ୟ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏବଂ ସେଠାରେ ବବୁଲଙ୍କ ଅବସ୍ଥା ଗୁରୁତା ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ