ଲୋକ ମହୋତ୍ସବ ମାଲେଶ୍ରୀ ବୀରମହାରାଜପୁର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଭାଗୃହ ଠାରେ ରବିବାର ସନ୍ଧ୍ୟା ସାତଟାରେ ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବିଧାୟକ ଇଞ୍ଜିନିୟର୍ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋକ ମହୋତ୍ସବକୁ ଗତାନୁଗତିକ ହିସାବରେ ନକରି ଆହୁରି ଆକର୍ଷଣୀୟ କରିବା ପାଇଁ ମତାମତ ଦେବା ସହିତ , ଆଲୋଚନା ଚକ୍ର ବନ୍ଧୁ ତ୍ବ ପୁର୍ଣ୍ଣ ଫୁଟବଲ ମ୍ୟାଚ, ଆଲୋଚନା ଚକ୍ର ବିଭିନ୍ନ ପ୍ରକାର ଖାଦ୍ୟ ପ୍ରତିଯୋଗିତା, ବୁକ୍ ଫେୟାର ସହିତ ବୀରମହାରାଜପୁର ସୁନ୍ଦରୀ ଆଦି କିଛି ନୁତନ କାର୍ଯ୍ୟକ୍ରମ ସହିତ ସ୍ମରଣିକା ପ୍ରକାଶ , ଅଞ୍ଚଳ କଳାକାର , ରାଜ୍ୟ ତଥା ରାଜ୍ୟ ବାହାର କଳାକାର ମାନଙ୍କ ମହାସଙ୍ଗମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଆସନ୍ତା ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ବୀରମହାରାଜପୁର ଲୋକ ମହୋତ୍ସବ କରିବା ପାଇଁ ସର୍ବ ସମ୍ବିତ ଭାବରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏଥିପାଇଁ ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଜାନୁଆରୀ ୬ ତାରିଖ ଅପରାହ୍ନ ତିନିଟାରେ ସ୍ଥାନୀୟ ମୈତ୍ରୀ ସଦନ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଏହି ବୈଠକରେ ସମସ୍ତେ ଉପସ୍ଥିତ ରହି ମହୋତ୍ସବ ପାଇଁ ଜନ ମତ ଆଧାରରେ ନୁତନ ରୁପରେଖ ଖସଡ଼ା ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହି ବୈଠକରେ ନୁତନ କମିଟି ସହିତ ସବ୍ କମିଟି ଗୁଡିକ ଗଠନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଆଜିର ଏହି ବୈଠକରେ ବରିଷ୍ଠ ନାଗରିକ ସଙ୍ଗଠନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ , ବରିଷ୍ଠ ଆଇନଜୀବୀ ତଥା ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ , ବୀରମହାରାଜପୁର ବିଡ଼ିଓ ରାଜିବ୍ କୁମାର ହାଁସଦା, ଭାଜପା ଜିଲ୍ଲା ସଭାପତି ବେଣୁଧର ଦାସ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ , ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟ ଲବ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସଭା ପ୍ରାରମ୍ଭରେ ଯୁଗଳ କିଶୋର ମିଶ୍ର ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ କିଭଳି ଭାବରେ ଆୟୋଜନ ହେଉଥିଲା ଓ ତାର ରୂପରେଖ ଉପରେ ସୁଚନା ପ୍ରଦାନ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ଏମ୍ ପି ନମିନି ନଳିନୀ ପଣ୍ଡା, ବରିଷ୍ଠ ସାମ୍ବାଦିକ କିଶୋର କୁମାର ହୋତା , ଯୁବ ସମାଜସେବୀ ବିବସ୍ବତି ପଣ୍ଡl , ଚମ୍ପା ମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସରକାରୀ ଓକିଲ ସତ୍ୟବ୍ରତ ମିଶ୍ର , ଆଇନଜୀବୀ ଉମା ଶଙ୍କର ପଣ୍ଡା , ସରତ କୁମାର ମିଶ୍ର ,ଜିଲ୍ଲା ଭାଜପା ଏସି ମୋର୍ଚ୍ଚା ସଭାପତି ସୁମନ୍ତ ଜଗଦଲl , କଳାକାର ପ୍ରଭାସ କୁମାର ଦାସ , ପିତବାସ ଶତପଥୀ , ବିପିନ୍ ବିହାରୀ ପଣ୍ଡl ,ଏକ ଲବ୍ୟ ବେହେରା, ରାଧା ଚରଣ ମେହେର , ନୃତ୍ୟ ଗୁରୁ ଦଶରଥ ମେହେର , ରୋହିତ ହୋତାଙ୍କ ସମେତ ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l ଶେଷରେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ l

