Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଯ୍ୟଟକଙ୍କ ପ୍ରଵେଶ ପାଇଁ ଖୋଲିଲା ଶିଖରଚଣ୍ଡୀ ଗେଟ୍

ଭୁବନେଶ୍ୱର,୨୯।୧୨: କିଛିଦିନର ବ୍ୟବଧାନ ପରେ ପରେ ଖୋଲିଲା ଶିଖରଚଣ୍ଡୀ ପର୍ଯ୍ୟଟନସ୍ଥଳ |ଶିଖରଚଣ୍ଡୀରେ ଆତଙ୍କ ଖେଳାଇଥିବା ଦୁଇ ଦନ୍ତା ହାତୀ ଭରତପୁର ଜଙ୍ଗଲକୁ ଫେରିଲେ। ଆଜି ଭୋର ପ୍ରାୟ ୫ଟା ଆଡେ ଭରତପୁର ଜଙ୍ଗଲକୁ ପ୍ରବେଶ କରିଛନ୍ତି ଦୁଇ ଦନ୍ତା ହାତୀ। ରାତିସାରା ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରି ସଫଳ ହୋଇଛି ବନ ବିଭାଗ | ଗତ ରବିବାର ଅପରାହ୍ନରୁ ବନ ବିଭାଗ ପକ୍ଷରୁ ସ୍ପେସାଲ୍ ନାଇଟ୍ ଟ୍ରାକିଂ ଆରମ୍ଭ ହୋଇଥିଲା। ହାତୀର ସନ୍ଧାନ କରିବାକୁ ନାଇଟ୍ ଭିଜନ କ୍ୟାମେରାର ବ୍ୟବହାର ହୋଇଥିଲା |

ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନସ୍ଥଳ ଶିଖରଚଣ୍ଡୀ ଅଞ୍ଚଳରେ ଆତଙ୍କ ଖେଳାଉଥିଲେ ହାତୀ । ଏହି ଜାଣିବା ପରେ ପର୍ଯ୍ୟଟକଙ୍କ ଶିଖରଚଣ୍ଡୀକୁ ଯିବାକୁ ବାରଣ କରାଯାଇଥିଲା | ହାତୀଙ୍କ ସନ୍ଧାନ ପାଇଁ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ | ତେବେ ବନ ବିଭାଗର ବହୁତ ପରିଶ୍ରମ ପରେ ଶେଷରେ ଦନ୍ତା ଦୁଇଟି ଭରତପୁର ନିକଟସ୍ଥ ଚନ୍ଦକା ଜଙ୍ଗଲ ମଧ୍ୟକୁ ଫେରିଯାଇଛନ୍ତି । ଆଉ ଏବେ କିଛିଦିନରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବା ଶିଖରଚଣ୍ଡୀ ଗେଟ୍କୁ ଖୋଲାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ