Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ କାର୍ଯ୍ୟାଳୟର ସମ୍ମୁଖ ପ୍ରାଙ୍ଗଣ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ,ସୁବର୍ଣ୍ଣପୁର , ଡ଼ ନୃପରାଜ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୯ ( ଅଣପଚାଶ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୩୬ ( ଛତିଶ ) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୧୩ (ତେଅର) ଗୋଟି ସାମୁହିକ ଦରଖାସ୍ତ ଓ ୦୨ (ଦୁଇ) ଗୋଟି ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର, ଶ୍ରୀ ରାଜୀବ ହାଁସଦା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ରାଜେନ୍ଦ୍ର ମାଝୀ , ଉପ – ଜିଲ୍ଲାପାଳ, ବୀରମହାରାଜପୁର, ଶ୍ରୀ ସୁରେନ୍ଦ୍ର କୁମାର ମେହେରଙ୍କ ସମେତ ତହସିଲଦାର, ବୀରମହାରାଜପୁର, ସୁଶ୍ରୀ ଶୁଚିଶ୍ମିତା ପାଣିଗ୍ରାହୀ, ସରପଞ୍ଚ, ଲୁତୁରପଙ୍କ ଗ୍ରାମ ପଞ୍ଚାୟତ ଶ୍ରୀ ସୂର୍ଯ୍ୟ କୁମାର ନନ୍ଦ ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ