Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

29 ତମ ସର୍ବ ଭାରତୀୟ ଲୁତୁର ପଙ୍କ କ୍ରିକେଟ କପ୍ ଉଦଯାପିତ ; ସୋନପୁର କୁ ହରାଇ କ୍ୟୁସିଆଇ ଛତିଶଗଡ଼ ଚାମ୍ପିଆନ୍ ଘୋଷିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଫାଇନାଲ ରେ ଏସଡିସିଏ ସୋନପୁର କୁ ହରାଇ କ୍ୟୁସିଆଇ ଛତିଶଗଡ଼ ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ ଟି ଟି-୨୦, ଟି -୧୦ ଓ ସୁପର ଓଭର ବିଶିଷ୍ଟ ତିନୋଟି ଫର୍ମାଟ ରେ ହୋଇଥିଲା । ଛତିଶଗଡ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ୫ ଉଇକେଟ ହରାଇ ୨୪୪ ରନ କରିଥିଲା। ଦଳର ଶଶାଙ୍କ ଚାନ୍ଦ୍ରକର ୩୦ ବଲ ରୁ ୬୦ ରନ ଓ କ୍ରିତେଶ ସାହୁ ୩୧ ବଲରୁ ୫୯ ରନ କରିଥିଲେ। ବିପକ୍ଷ ଆବ୍ରାରୁଲ ହକ୍ ୨ ଟି ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ ହରାଇ ୨୧୦ ରନ କରିଥିଲେ। ଦଳର ପ୍ରଶାନ୍ତ ବିଶି ୨୦ ବଲରୁ ୪୨ ରନ ଓ ବରୁଣ ଦାସ ୧୭ ବଲ ରୁ ୪୦ ରନ କରିଥିଲେ। ବିପକ୍ଷ ସନ୍ନି ତିୱାରୀ ୪ ଟି ଓ ବିବେକ କୁମାର ୨ ଟି ଲେଖାଏଁ ଉଇକେଟ ନେଇଥିଲେ।
ଟି-୧୦ ମ୍ୟାଚ୍ ରେ ଛତିଶଗଡ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୮ ଉଇକେଟ ହରାଇ ୮୭ ରନ କରିଥିଲେ। ଦଳର କାହ୍ନା ସାହୁ୨୮ ଓ କ୍ରିତେଶ ସାହୁ ୧୯ ରନ କରିଥିଲେ। ବିପକ୍ଷ ଶୁଭମ୍ ବିଷ୍ଟ ଓ ଆବ୍ରାରୁଲ ହକ୍ ପ୍ରତ୍ୟେକ ୩ ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ସୋନପୁର ୭.୫ ଓଭର ରେ ୪ ଉଇକେଟ ହରାଇ ଆବଶ୍ୟକୀୟ ୮୯ ରନ କରି ଥିଲା। ଦଳର ବରୁଣ ଦାସ ୩୬ ଓ ଅଭିଳାଷ ନାୟକ ୧୯ ରନ କରିଥିଲେ। ବିପକ୍ଷ ଶଶାଙ୍କ ନେତମ ୩ ଟି ଉଇକେଟ ନେଇଥିଲେ।
ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର ଓଭର ଖେଳାଯାଇଥିଲା। ଏଥିରେ ସୋନପୁର ପ୍ରଥମେ୯ ରନ କରିଥିବା ବେଳେ ଛତିଶଗଡ ୧୦ ରନ କରି ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା।
ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି, ଲୋକପ୍ରିୟ କଣ୍ଠଶିଳ୍ପୀ ଡ.ଅର୍ଚ୍ଚନା ପାଢ଼ୀ ସ୍ଵତନ୍ତ୍ର ଅତିଥି ଏବଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହl , ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ , ଆଇନଜୀବୀ ରାଧାକାନ୍ତ ବାଘ , କଳ୍ପତରୁ ମହାକୁର , ଆୟୋଜକ ସଭାପତି ସୁଶିଲ ପ୍ରଧାନ ଓ ସମ୍ପାଦକ ମାଧବ ମହାକୁର ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନଥିଲେ। ସୋନପୁର ର ପୁରୁଷୋତ୍ତମ ପାତ୍ର ଙ୍କୁ ଶ୍ରେଷ୍ଠ ବୋଲର, ଛତିଶଗଡ଼ ର କ୍ରିତେଶ ସାହୁ ଙ୍କୁ ଶ୍ରେଷ୍ଠ ବ୍ୟାଟର, ସେଞ୍ଚୁରି ମ୍ୟାନ, ଶ୍ରେଷ୍ଠ ସିକ୍ସର ଓ ମ୍ୟାନ ଅଫ ସିରିଜ ଏବଂ ସନ୍ନି ତିୱାରୀ ଙ୍କୁ ମ୍ୟାନ ଅଫ ଫାଇନାଲ ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିଅନ ଦଳକୁ ନଗଦ ୬୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅପ ଦଳକୁ ନଗଦ ୪୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ଓସିଏ ମାନ୍ୟତାପ୍ରାପ୍ତ ଆମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ପୃଥ୍ୱୀରାଜ ମିଶ୍ର ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରର, ଚମାରୁ ମହାକୁର ଅନ୍ ଲାଇନ୍ ସ୍କୋରିଙ୍ଗ ଏବଂ ତନୁଜରାଜ ସାହୁ,ମାନସ ମିଶ୍ର,ବନ୍ଧନ ପ୍ରଧାନ,ଆଶିଷ ଦେଓ,ମ୍ୟାକ ମିଲନ ମହାକୁର ,ପ୍ରାଣବନ୍ଧୁ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories