ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ
ଭୁବନେଶ୍ଵର,୩୦|୧୨: ତହସିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ | ସରକାରୀ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି| ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି| ସୂଚନା ଅନୁସାରେ ବାରଙ୍ଗ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ ହୋଇଛି| ଉକ୍ତ ତହସିଲଦାରଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ |
ତହସିଲଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକ ସାଙ୍ଗରେ ଚଢାଉ ଜାରି ରହିଛି। ୪ ଜଣ ଡିଏସ୍ପି, ୭ ଇନ୍ସପେକ୍ଟର, ଜଣେ ଏସ୍ଆଇ ଓ ୮ ଏଏସ୍ଆଇଙ୍କୁ ନେଇ ଗଠିତ ହୋଇଥିବା ଭିଜିଲାନ୍ସ ଟିମ ପକ୍ଷରୁ ତହସିଲଦାରଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକ ସାଙ୍ଗରେ ଚଢାଉ ଜାରି ରଖିଛି ଭିଜିଲାନ୍ସ | ଏହି ରେଡ୍ ରେ ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ଠାବ ହୋଇଛି ।

