Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୋର ଯଦି ପରକୀୟା ପ୍ରୀତି, ତମେ ନିଜକୀୟା ପ୍ରୀତି ଠିକ୍ କର’; ଏଭଳି କହି ସୋସିଆଲ ମିଡିଆରେ ନିଜ ପତ୍ନୀକୁ ଆକ୍ଷେପ କଲେ ହାସ୍ୟ ଅଭିନେତା ଗୁଲୁଆ

ଭୁବନେଶ୍ୱର, ୩୦।୧୨: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି  ସୋସିଆଲ ମିଡ଼ିଆ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ଦାମ୍ପତ୍ୟ ଝଗଡା। ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମରେ ଉଭୟଙ୍କ ମଧ୍ୟର ଝଗଡା ଏକ ବଡ଼ ଚର୍ଚ୍ଚାର ବିଷୟ ସାଜିଛି। ତେବେ ଝଗଡାର ପ୍ରମୁଖ କାରଣ ହେଉଛି ପରକ୍ରୀୟା ପ୍ରୀତି। କିଛିଦିନ ହେଲା ଲଗାତାର ଭାବେ ଉଭୟ ଉଭୟଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରୁଛନ୍ତି।

ଗତ କିଛି ଦିନ ତଳେ ୟୁଟ୍ୟୁବର ବର୍ଷା ସୋସିଆଲ ମିଡିଆରେ ଆସି ତାଙ୍କ ସ୍ୱାମୀ ଗୁଲୁଆଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗୁଲୁଆଙ୍କ ସହ ବିବାହ ସମୟରେ ତାଙ୍କ ବାପା ନୂଆ ଘର ସମେତ, ଏକ କାର, ବୁଲେଟ ବାଇକ ଏବଂ ଅନେକ ସମ୍ପତ୍ତି ଦେଇଥିଲେ, ଏପରିକି ତାଙ୍କ ବିବାହର ସବୁ ଖର୍ଚ୍ଚ ମଧ୍ୟ ବର୍ଷାଙ୍କ ବାପା ଉଠାଇଥିଲେ। ତେବେ ବିବାହର କିଛି ମାସ ପରେ ଉଭୟଙ୍କ ସମ୍ପର୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ବର୍ଷାଙ୍କ କହିବା ଅନୁସାରେ, ଗୁଲୁଆ ଙ୍କର ଅନେକ ଝିଅଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ଏହା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ରହିଥିଲେ।

କିନ୍ତୁ ପରେ ଗୁଲୁଆ ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ଏକ ଭିଡିଓ ଜାରି କରିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଗୁଲୁଆଙ୍କ କହିବା ଅନୁସାରେ, ବର୍ଷାଙ୍କ ପରିବାର ତାଙ୍କୁ ଆଲିମନି ବାବଦରେ କୋଟିଏ ଟଙ୍କା ମାଗୁଛନ୍ତି ଯାହା ସେ ବିବାହ ସମୟରେ ଦେଇଥିଲେ। କେବଳ ସେତିକି ନୁହେଁ ପଇସା ନ ଦେଲେ ତାଙ୍କୁ ମାରିଦେବାର ଧମକ ମଧ୍ୟ ଆସୁଛି ବୋଲି ସେ ସୋସିଆଲ ମିଡିଆରେ ଅଭିଯୋଗ ଆଣିଥିଲେ। ତେବେ ଏହା ପରେ ବର୍ଷା ତାଙ୍କ ନିଜସ୍ୱ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପ୍ରତିକ୍ରିୟା ରଖି ସବୁ କଥାକୁ ସ୍ପଷ୍ଟ କରିଥିଲେ।

ତେବେ ଏତେ ସବୁ ପରେ ବିବାଦ ଥମିନାହିଁ। ଆଜି ମିଷ୍ଟର ଗୁଲୁଆ ଆଉ ଏକ ଭିଡ଼ିଓ ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ‘ମୋର ଯଦି ପରକୀୟା ପ୍ରୀତି ତମେ ନିଜକୀୟା ପ୍ରୀତି ଠିକ୍ କର’ ଏଭଳି କିଛି କହି ବର୍ଷାଙ୍କୁ ଆକ୍ଷେପ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହା ଆମ ଭିତର ଝଗଡା ଆମ ଭିତରେ ସମଧାନ ହେଉ। ଯଦି ଡିଭର୍ସ ନେବାକୁ ଚାହୁଁଚ ତାହାଲେ କୋର୍ଟରେ ତାର ସମଧାନ କରିବା କିନ୍ତୁ ସୋସିଆଲ ମିଡିଆରେ ଆସି ଏଭଳି ମୋତେ ବଦନାମ କରନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ